(ପିଏମ-କିଷାନ)ର ୮ମ କିସ୍ତି ପ୍ରଦାନ: ଚାଷୀମାନଙ୍କୁ କୃଷି କ୍ଷେତ୍ରରେ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରକରିବାରେ ସହାୟକ ହେବ : ସମୀର ମହାନ୍ତି 

0

 ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଜେପି ରାଜ୍ୟ ସଭାପତି

ଭୂବନେଶ୍ୱର : ଦେଶର ଅନ୍ନଦାତାଙ୍କ ହାତମୁଠାକୁ ଆହୁରି ଅଧିକ ସଶକ୍ତ କରିବା ପାଇଁ ସର୍ବଦା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି  ପ୍ରୟାସ କରି ଆସୁଛନ୍ତି । ପବିତ୍ର ଅକ୍ଷୀତୃତୀୟା ଅବସରରେ ଆଜି  ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ କିଷାନ ନିଧି ସମ୍ମାନ ଯୋଜନା (ପିଏମ-କିଷାନ)ର ୮ମ କିସ୍ତିରେ ସମଗ୍ର ଭାରତବର୍ଷର ୯.୫ କୋଟି ଚାଷୀ ଭାଇମାନଙ୍କ ବ୍ୟାଂକ ଖାତାକୁ ସିଧାସଳଖ ୨୦ ହଜାର ୬୬୭ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ଯୋଜନାରେ ଓଡିଶା ରାଜ୍ୟର ୨୭ ଲକ୍ଷ ୮୩ ହଜାର ଚାଷୀଙ୍କୁ ୫୫୬.୬୪ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବାରୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ।

କରୋନା ସଂକଟ ସମୟରେ ପିଏମ-କିଷାନ ସମ୍ମାନ ନିଧି ଯୋଜନାର ଏହି ୮ମ କିସ୍ତିର ସହାୟତା ରାଶି ପ୍ରଦାନ ଅତ୍ୟନ୍ତ ଫ୍ରଶଂସନୀୟ ଏବଂ ଏହା ଚାଷୀମାନଙ୍କୁ କୃଷି କ୍ଷେତ୍ରରେ ସ୍ୱାବଲମ୍ବୀ ଓ ଆତ୍ମନିର୍ଭର କରିବାରେ ନିଶ୍ଚିତ ଭାବେ ସହାୟକ

ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ପଂଜିକୃତ ରାଜ୍ୟର ୪୫ ଲକ୍ଷ ଚାଷୀ ତାଲିକା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଗଲେ ସେମାନେ ଲାଭାନ୍ୱିତ ହୋଇପାରିବେ । ତେଣୁ ରାଜ୍ୟ ସରକାର କାଳବିଳମ୍ବ ନକରି ପ୍ରକୃତ ଏବଂ ସଂପୂର୍ଣ୍ଣ ଚାଷୀ ତାଲିକା କେନ୍ଦ୍ର ସରକାରଙ୍କୁ ଦେବା ପାଇଁ ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।  

Leave A Reply

Your email address will not be published.