ଅକ୍ସିଜେନ ସେବା କେନ୍ଦ୍ରର ଶୁଭାରମ୍ଭ କଲେ ବୈଜୟନ୍ତ

0

ନୂଆଦିଲ୍ଲୀ :ଜନତାଙ୍କୁ ଆବଶ୍ୟକ ବେଳେ ସହାୟତା ଯୋଗାଇ ଦେବା ଲାଗି ଆଜି ପଶ୍ଚିମ ଦିଲ୍ଲୀ ସାଂସଦ ପ୍ରବେଶ ସାହିବ ସିଂଙ୍କ ସହ ଏକ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ପ୍ରଭାରୀ ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅକ୍ସିଜେନ ସେବା କେନ୍ଦ୍ରର ଉଦଘାଟନ କରିଛନ୍ତି। ଏହି କେନ୍ଦ୍ରରେ ୧୦୦ ଅକ୍ସିଜେନ କଣ୍ଟେନର ରଖାଯାଇଛି। ଏହି କେନ୍ଦ୍ରରେ ରୋଗୀଙ୍କୁ ଡାକ୍ତର, ନର୍ସ, ଔଷଧ ଭଳି ସୁବିଧା ମଧ୍ୟ ଯୋଗାଇ ଦିଆଯିବ। 

କୋଭିଡର ଏହି ପରିସ୍ଥିତିରେ ଏହି କେନ୍ଦ୍ର ଜନତାଙ୍କୁ ଡାକ୍ତରଖାନା ଭଳି ସୁବିଧା ଯୋଗାଇଦେବ ତଥା ଅକ୍ସିଜେନ ଅଭାବ ସମସ୍ୟାକୁ ମଧ୍ୟ ଦୂର କରିବ ବୋଲି ପଶ୍ଚିମ ଦିଲ୍ଲୀ ସାଂସଦ ପ୍ରବେଶ ସିଂ କହିଛନ୍ତି। ସେହିପରି ପୁରା ଦେଶରେ ସେବା ହିଁ ସଂଗଠନ ମନ୍ତ୍ର ଆଧାରରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଜନତାଙ୍କୁ ସାହାଯ୍ୟ ଯୋଗାଉଛନ୍ତି। ସେହିପରି ଦିଲ୍ଲୀ ବିଜେପି ସାଂସଦ, ବିଧାୟକ, ପଦାଧିକାରୀ ତଥା କାର୍ଯ୍ୟକର୍ତ୍ତାମାନେ ଲୋକଙ୍କୁ ଡାକ୍ତରଖାନା ସେବା, ଖାଦ୍ୟ, ରାସନ ଯୋଗାଣ ଇତ୍ୟାଦି ସାହାଯ୍ୟ ଯୋଗାଇଦେବା ଲାଗି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ବୋଲି ବୈଜୟନ୍ତ ପଣ୍ଡା ଏହି ଅବସରରେ କହିଛନ୍ତି। ଉକ୍ତ କେନ୍ଦ୍ରର ଶୁଭାରମ୍ଭ ଅବସରରେ ଦିଲ୍ଲୀ ବିଜେପି ସଂଗଠନ ମହାମନ୍ତ୍ରୀ ସିଦ୍ଧାର୍ଥନଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.