ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଳକରେ ବାଲିପଦର ଅହଲ୍ୟା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁଇ ଜଣ ଓ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପାଞ୍ଚ ଜଣ ମେଧାବୀ ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କ ଲାପଟପ୍ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବାଲିପଦର ଅହଲ୍ୟା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଦ୍ୱୟ ମନ୍ଦାର ଗ୍ରାମର ଶିବାନୀ ପ୍ରଧାନ ଓ ଭେଜିପୁଟ ଗ୍ରାମର ସନ୍ଧ୍ୟାରାଣୀ ବାଡତ୍ୟା ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଉଭୟ ଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଲାପଟପ୍ କିଣିବା ପାଇଁ ୩୦ ହଜାର ଟଙ୍କା ଜମା ହୋଇଥିବା ଅଧ୍ୟକ୍ଷ ଡକ୍ଟର ବ୍ରଜ କିଶୋର ପାଢ଼ୀ ପ୍ରକାଶ କରିଛନ୍ତି। ସେହିପରି ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ବିଭାଗ ଛାତ୍ର ଚନ୍ଦ୍ରଶେଖର ପ୍ରଧାନ ଏବଂ କଳା ବିଭାଗ ଛାତ୍ରୀ ବବିତା ପ୍ରଧାନ, ଲିଜା ପ୍ରଧାନ, ପ୍ରଣତି ଗୌଡ଼ ଓ ପ୍ରଜ୍ଞା ମହାରଣା ୫ ଜଣ ଛାତ୍ରଛାତ୍ରୀ ଲାପଟପ୍ ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୦ ହଜାର ଟଙ୍କା ଆସିଥିବା ବେଳେ ଅନ୍ୟମାନଙ୍କ ଆକାଉଣ୍ଟକୁ ଖୁବ ଶୀଘ୍ର ବୃତ୍ତି ତାଙ୍କ ଆସିବ ବୋଲି ଅଧ୍ୟକ୍ଷ ଅନୁପ କୁମାର ପଣ୍ଡା ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.