“ଓଡିଶା – ମୋ ପରିବାର” ର କାର୍ଯ୍ୟକଳାପର ସମୀକ୍ଷା ନେଲେ ମୁଖ୍ୟମନ୍ତ୍ରୀ 

0 1

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି, ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ବିଜୁ ଜନତା ଦଳର ସାମାଜିକ ଅନୁଷ୍ଠାନ “ଓଡିଶା – ମୋ ପରିବାର” ର କାର୍ଯ୍ୟକଳାପର ସମୀକ୍ଷା ଆଭାସୀ ବୈଠକ ମାଧ୍ୟମରେ ନେଇଥିଲେ I ଉକ୍ତ କାର୍ଯ୍ୟକ୍ରମରେ ଓଡିଶା – ମୋ ପରିବାରର ଆବାହକ ଶ୍ରୀ ଅରୂପ ପଟନାୟକ, ଦଳର ସାଙ୍ଗଠିକ ଯାଜପୁର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ଦଳର ଉପସଭାପତି ବଡମ୍ବା ବିଧାୟକ ଶ୍ରୀ ଦେବୀପ୍ରସାଦ ମିଶ୍ର, ବରିଷ୍ଠ ସାଧାରଣ ସମ୍ପାଦକ ମହାକାଳପଡ଼ା ବିଧାୟକ ଓ ଓଡିଶା – ମୋ ପରିବାର ସହ ଆବାହକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଯୁବ ବିଜେଡି ସଭାପତି  ଚାନ୍ଦବାଲି ବିଧାୟକ ଶ୍ରୀ ବ୍ୟୋମକେଶ ରାୟ ଏବଂ ଛାତ୍ର ବିଜେଡି ସଭାପତି  ବାଙ୍କୀ ବିଧାୟକ ଶ୍ରୀ ଦେବୀରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ I 

ସମୀକ୍ଷା ବୈଠକର ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଓଡିଶା – ମୋ ପରିବାର ଦ୍ୱାରା କରାଯାଉଥିବା ସାମାଜିକ କାର୍ଯ୍ୟକ୍ରମ ଯଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, କୋଭିଡ ସମୟରେ ଶବଦାହ ପାଇଁ ଆରମ୍ଭ କରାଯାଇଥିବା ହେଲ୍ପଡେସ୍କ, ରକ୍ତଦାନ କରୁଥିବା ବ୍ୟକ୍ତି ବିଶେଷଙ୍କ ଏକ ତାଲିକା ପ୍ରସ୍ତୁତ, ଥାଲାସେମିଆଏବଂ ଅନ୍ୟାନ୍ୟ ଗୁରୁତର ପ୍ରଭାବିତବ୍ୟକ୍ତିଙ୍କୁ ସାହାଯ୍ୟ ଏବଂ ପ୍ଳାଜମା ସଂଗ୍ରହ ଅଭିଯାନ କରିବା ପାଇଁ ନିର୍ଦେଶ ଦେଇଥିଲେ I ଉପସ୍ଥିତ ସଦସ୍ୟ ମାନଙ୍କ ମଧ୍ୟରୁ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଓଡିଶା – ମୋ ପରିବାର ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ I ଓଡିଶା – ମୋ ପରିବାରର ଆବାହକ ଶ୍ରୀ ଅରୂପ ପଟନାୟକ ପ୍ରାରମ୍ଭରୁ ବର୍ତମାନ ପର୍ଯ୍ୟନ୍ତ ଓଡିଶା -ମୋପରିବାର ଦ୍ୱାରା କରାଯାଇଥିବା ସମସ୍ତ କାର୍ଯ୍ୟର ସବିଶେଷ ବିବରଣୀ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ I ଅନ୍ୟାନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ସ୍ବେଛାକୃତ ରକ୍ତଦାନ କାର୍ୟ୍ଯରମ ଜୀବନ ବିନ୍ଦୁ, କୋଭିଡି ସମୟରେ ଗ୍ରହଣ କରାଯାଇଥିବା  ସ୍ୱାସ୍ଥ୍ୟ ସମ୍ବଧୀୟ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା ପ୍ରଦାନ କରିଥିଲେ I       

ମୁଖ୍ୟମନ୍ତ୍ରୀ ଓଡିଶା -ମୋ ପରିବାର କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିବା ସହ କୋଭିଡ ମହାମାରୀ ପରିପ୍ରେକ୍ଷୀରେ ଏହି ସାମାଜିକ କାର୍ଯ୍ୟକୁ ଆହୁରି ବ୍ୟାପକ ଓ ତ୍ୱରାନ୍ୱିତ କରିବା ପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ I

Leave A Reply

Your email address will not be published.