ପୋଷ୍ୟ ବିଦ୍ୟାଳୟର ଉନ୍ନତିକରଣ ଓ ଭିତ୍ତିଭୂମି ବିକାଶର ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତି 

0 1

ଭୁବନେଶ୍ୱର, (ଶାସକ ପ୍ରଶାସକ)-ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ୩ଟି ପୋଷ୍ୟ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ବିଷୟରେ ଏକ ବୈଠକ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛିା 

ଏହି ବୈଠକରେ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ବିଦ୍ୟାଳୟଗୁଡ଼ିକର ଆବଶ୍ୟକ ଶ୍ରେଣୀଗୃହ, ବିଶୁଦ୍ଧ ପିଇବା ପାଣି, ଶୌଚାଳୟ, ଭିତ୍ତିଭୂମିର ବିକାଶ, ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ, ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ମାନର ପାଠାଗାର, ବିଜ୍ଞାନ ପରୀକ୍ଷାଗାର, କମ୍ପୁ୍ୟଟର ଲ୍ୟାବ୍, ସ୍ମାର୍ଟ କ୍ଲାସରୁମ , ଖେଳପଡ଼ିଆର ଉନ୍ନତିକରଣ ଏବଂ ପିଲାମାନଙ୍କ ମଧ୍ୟରେ ବୌଦ୍ଧିକ ବିକାଶ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସ୍କୁଲ ପରିଚାଳନା କମିଟି ସଦସ୍ୟ, ପୁରାତନ ଛାତ୍ର ସଂଘର ସଦସ୍ୟଗଣ, ବି.ଆର୍.ସି.ସି. ଏବଂ ସି.ଆର୍.ସି.ସିଙ୍କ ସହ ଆଲୋଚନା କରିଥିଲୋ 

ଏଠାରେ ସୂଚନାଯୋଗ୍ୟ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମନ୍ତ୍ରୀ ଶ୍ରୀ ବେହେରା ପୁରୀ କାକଟପୁରସ୍ଥିତ ସରକାରୀ ନୋଡାଲ ଉଚ୍ଚବିଦ୍ୟାଳୟ, ଅସ୍ତରଙ୍ଗସ୍ଥିତ ବାଲିଡ଼ିଆ ପ୍ରାଥମିକ ବିଦ୍ୟାଳୟ ଏବଂ ବାଲେଶ୍ୱରର ଖଇରା ସରକାରୀ ଉଚ୍ଚବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଥିଲୋ 

 

Leave A Reply

Your email address will not be published.