କୋଭିଡ ନିୟମ ପାଳନ ଉପରେ ସହରରେ ଅନୁଧ୍ୟାନ କଲେ ଜିଲ୍ଳାପାଳ 

0 2

ରାୟଗଡ-ସରୋଜ କୁମାର ସାହୁ: – ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର   ସହରର ବିଭନ୍ନ ସ୍ଥାନ ପରିଦର୍ଶନ କରି କୋଭିଡ ନିୟମ ପାଳନ ଉପରେ ଅନୁଧ୍ୟାନ କରିଛନ୍ତି  l  ସହରରୁ ଯେକେପୁରକୁ ଓ ପିତାମହଲ ଯିବାରାସ୍ତାରେ ପୋଲିସ ତରଫରୁ କରାଯାଇଥିବା ନାକl ବନ୍ଦୀକୁ ଅନୁଧ୍ୟାନ କରିବା ସହ କୋଭିଡ ନିୟମ ପାଳନ କରୁନଥିବା ବ୍ୟକ୍ତି ମାନଙ୍କୁ ବିଶେଷ କରି ବlଇକରେ ଜଣକରୁ ଅଧିକ ଯାତ୍ରୀ ବସିଥିଲେ, ମାସ୍କ ବ୍ୟବହାର କରିନଥିବା ବ୍ୟକ୍ତିମାଙ୍କୁ ଜରିମାନା ଆଦାୟ କରିବା ନିମନ୍ତେ ସେଠାରେ ନିୟୋଜିତ ଥିବା ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ସେହିପରି ରାୟଗଡ ସହରର ମୁଖ୍ୟ ବଜାର ପରିଦର୍ଶନ କରି ବଜାର କରିବା ପାଇ ଆସିଥିବା  ଲୋକଙ୍କୁ କୋଭିଡ ନିୟମକୁ ମାନିବାକୁ ପରାମର୍ଶ ଦେଇଥିଲେ । ଭଲଭାବେ ମୁହଁରେ ମାସ୍କ ପିନ୍ଧିବା ସହ ବିଶେଷ କରି ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ l ଅମାନ୍ୟାଙ୍କ ଠାରୁ ତଣ୍ଡ ଆଦାୟ କରିବାକୁ କହିଥିଲେ । ଜିଲ୍ଳାପାଳ ଶ୍ରୀ ମିଶ୍ରଙ୍କ ଗସ୍ତ ବେଳେ ତହସିଲଦାର ଉମାଶଙ୍କର ବେହେରା,ଅତିରିକ୍ତ ତହସିଲଦାର ସୁନୀଲ ଖରା ,ରାୟଗଡ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ l

Leave A Reply

Your email address will not be published.