ବଜ୍ରାଘାତରେ ଜଣଙ୍କ ମୃତ୍ୟୁ

0 2

ବଲାଙ୍ଗୀର(ନିରୋଜ ମିଶ୍ର): ବଲାଙ୍ଗୀର ଜିଲ୍ଲା ସଦର ଥାନା ବରକାନୀ ଗାଁରେ ଦୁଇ ଜଣ ମହିଳା ଗାଧୋଇବା ପାଇଁ ପୋଖରୀକୁ ଯାଇଥିବା ବେଳେ ଝଡ଼ତୋଫାନ ସହିତ ବିଜୁଳି ମାରିଥିଲା। ଆଉ ବଜ୍ରାଘାତରେ ଜଣଙ୍କ ମୃତ୍ୟୁ ଘଟିଥିଲା।ମୃତ ମହିଳାଙ୍କ ନାଁ ପାଣିବୁଡ଼ି ମେଶ୍ୱା। ତାଙ୍କୁ ୬୫ ବର୍ଷ ହୋଇଥିଲା। ଅନ୍ୟ ଜଣେ ମହିଳା ହେଲେ ଭୂମିସୁତା ମେଶ୍ୱା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବଲାଙ୍ଗୀର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁଇ ମହିଳା ସଂପର୍କରେ ଦୁଇ ଯାଆ ଥିଲେ। ପାଣିବୁଡ଼ିଙ୍କ ମୃତଦେହକୁ ବଲାଙ୍ଗୀର ସଦର ପୁଲିସ୍ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

 

 

Leave A Reply

Your email address will not be published.