ଚାରାରୋପଣରେ ବ୍ୟାପକ ଦୁର୍ନୀତି : ଦୃଢ଼ କାର୍ଯାନୁଷ୍ଠାନ ଦାବିରେ ଭଞ୍ଜସେନା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର 

0 2

ବାରିପଦା/ଦିଲ୍ଲୀପ ମହାନ୍ତି: ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ବିଗତ ଦିନରୁ ଚାରାରୋପଣର ବିଭିନ୍ନ ଦୁର୍ନୀତି ଲୋକଲୋଚନକୁ ଆସିଛି । ମାତ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ, ଗତ ୨୦୨୦ ଜାନୁଆରୀରୁ ୨୦୨୧ ଏପ୍ରିଲ ମଧ୍ୟରେ ଦେଶର ମହାମାରୀ କରୋନା ମହାମାରୀ ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଚୁରମାର କରିପକାଇଥିବା ସମୟରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମଜିଏନଆରଇଜିଏସ)ରେ ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଭଞ୍ଜସେନା ପକ୍ଷରୁ ଅଭିଯୋଗ ହୋଇଛି । 

       ଜିଲ୍ଲାରେ ଉଦ୍ୟାନ ବିଭାଗ ସହ ୪ଟି ଉପଖଣ୍ଡର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ବନ ବିଭାଗ, କୃଷି ବିଭାଗ ଓ ଜଳ ବିଭାଜିକା ପ୍ରକଳ୍ପ ଏବଂ ଜିଲ୍ଲାର ଅନ୍ୟାନ୍ୟ ଲାଇନ ବିଭାଗଗୁଡିକ ଦ୍ୱାରା ସମ୍ପାଦନ ହେଉଥିବା ଚାରାରୋପଣ କାର୍ଯ୍ୟରେ ଏହି  ଦୁର୍ନୀତି ପରିଲକ୍ଷିତ ହୋଇଛି ବୋଲି ଭଞ୍ଜସେନା ପକ୍ଷରୁ ପ୍ରମାଣ ମୂଳକ ତଥ୍ୟ ଉପସ୍ଥାପନ ପୂର୍ବକ ସଙ୍ଗୀନ ଅଭିଯୋଗ ଆଣିଛି । ଏପରି ବ୍ୟାପକ ଦୁର୍ନୀତି କାର୍ଯ୍ୟ ଜିଲ୍ଲାର ବରିଷ୍ଠ  ପ୍ରଶାସନିକ ଅଧିକାରୀଙ୍କ ଗୋଚରରେ ଚାଲୁ ରହିଛି । ଦୁର୍ନୀତିକୁ ସମ୍ପୂର୍ଣ୍ଣ ପ୍ରଶୟ ଦେଉ ନ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦେଶ ଦେଇ ଦୁର୍ନୀତିରେ ସମ୍ପୃକ୍ତ ସମସ୍ତ ବିଭାଗର ବିଭାଗୀୟ ଅଧିକାରଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ  ଗ୍ରହଣ ପାଇଁ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ମୟୂରଭଞ୍ଜ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ ଜରିଆରେ ନିବେଦନ କରିଛନ୍ତି । 

Leave A Reply

Your email address will not be published.