ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଜାଗାରେ ଚଢ଼ାଉ, ବିପୁଳ ପରିମାଣରେ ବିଦେଶୀ ଓ ଦେଶୀ ମଦ ଜବତ ସହ ଦୁଇ ଗିରଫ ।

0 2

ପଦ୍ମପୁର(ଶାସକପ୍ରଶାସକ)- କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ସାରା ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ଏହି ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଏହି ସମୟରେ କିଛି ଅସାଧୁ ମଦ ବ୍ୟବସାୟୀ ଲୁଚାଛପା ଭାବରେ ମଦ ବିକ୍ରି କରୁଛନ୍ତି । ବରଗଡ଼ ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକ ପ୍ରଦୀପ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରହିଛି ।ପଦ୍ମପୁର ଅବକାରୀ ସବ ଇନିସପେକ୍ଟର ହେମକାନ୍ତ ସୁନାଙ୍କ ନେତୄତ୍ବରେ ଏହ ଟିମ ଆଜି ଦୁଇଟି ଜାଗାରେ ଚଢ଼ାଉ କରିଥିଲେ।  ପଦ୍ମପୁର ବ୍ଳକ ବରିହାପାଲି ଛକ ଠାରେ ଥିବା ସମୀର ଢାବା ଓ ଗାଇସିଲାଟ ବ୍ଳକ ମଲମଣ୍ଡା ଗ୍ରାମର ପ୍ରେମିକ ସାହୁର ଘରୁ ଚଢ଼ାଉ କରି ୪୫.୪୦୦ ଲିଟର ବିଅର,୧୨.୮୫୫ ଲିଟର ବିଦେଶୀ ମଦ ସହ ୨୫ ଲିଟର ଦେଶୀ ମଦ ଜବତ କରିଛନ୍ତି  ଏବଂ ଏହି ମାମଲାରେ ଜୁଗଲ କିଶୋର ସ୍ବାଇଁ ଓ ପ୍ରେମିକ ସାହୁ ଦୁଇ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଅବକାରୀ ବିଭାଗର କେଶବ ବେହେରା, ରଞ୍ଜନ ସେଠ,ନମୋବତୀ ମଲ୍ଲିକ, ପ୍ରଶାନ୍ତ ବାଗ,ପ୍ରେମାନନ୍ଦ ବିଶ୍ବାଳ, ଅମିତ ଦୀପ,ସୁବାଶିନୀ ଭୋଇ ଏହି ଚଢାଉରେ ସାମିଲ ଥିଲେ।

Leave A Reply

Your email address will not be published.