ମୋହନାରେ କାର୍ଯ୍ୟରତ ୨୦ରୁ ଉର୍ଦ୍ଧ୍ଵ ସାମ୍ବାଦିକଙ୍କୁ  କରୋନା ଟିକାକରଣ କାର୍ଯ୍ୟକ୍ରମ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନାରେ କାର୍ଯ୍ୟରତ ୨୦ରୁ ଉର୍ଦ୍ଧ୍ଵ ସାମ୍ବାଦିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ଦିନ କରୋନା ଟିକା ନେଇଛନ୍ତି। ଏନେଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରିଣୀ ଡ. ନମିତା ପଣ୍ଡା ସୂଚନା ଦେଇଛନ୍ତି। ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ କିଛି ଦିନ ତଳେ ସାମ୍ବାଦିକଙ୍କୁ ସମ୍ମୁଖ କରୋନା ଯୋଦ୍ଧା ଭାବେ ଘୋଷଣା କରିଥିଲେ ଓ ରାଜ୍ୟରେ କର୍ତ୍ତବ୍ଯରତ ସାମ୍ବାଦିକଙ୍କୁ କରୋନା ଟିକା ଦିଆଯିବ ବୋଲି ଘୋଷଣା କରିଥିଲେ।ଏହିପରିପେକ୍ଷୀରେ ମୋହନା ବ୍ଳକର ସମସ୍ତ ସାମ୍ବାଦିକ କରୋନା ଟିକା ନେଇଥିବାରୁ ମୋହନା ସାମ୍ବାଦିକ ସଂଘର କର୍ମକର୍ତ୍ତା ଜିଲ୍ଲାପାଳ ତଥା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି।

Leave A Reply

Your email address will not be published.