Recover your password.
A password will be e-mailed to you.
ଝାରବନ୍ଧ-ମନୋହର ଦାଶ:ବର୍ତ୍ତମାନ ରାଜ୍ୟରେ କରୋନାର ଦ୍ଵିତୀୟ ଲହରୀ ଚାଲୁଥିବା ବେଳେ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାକୁ ଲାଗିଛି ଏଥିରେ ଶିକ୍ଷକ ମାନେ ବିଶେଷ ଭାବରେ ପ୍ରଭାବିତ ହେବା ସଙ୍ଗେ ସଙ୍ଗେ ଅନେକ ଶିକ୍ଷକଙ୍କ ବହୁମୂଲ୍ୟ ଜୀବନ ଅକାଳରେ ଚାଲିଯାଉଛି। ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡରେ କରୋନା ତାର କାୟାବିସ୍ଥାର କରିବା ସହ ଅନେକ ଲୋକଙ୍କ ପାଇଁ ପ୍ରାଣଘାତୀ ସାଜିଛି। ଏହିଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଝାରବନ୍ଧ ବ୍ଲକରେ ଯେଉଁଠାରେ ଜଣେ ଯୁବ ଶିକ୍ଷକଙ୍କ ଅକାଳ ମୃତ୍ୟୁ ପରେ ତାଙ୍କ ଶବକୁ କାନ୍ଧ ମିଳିଲାନି। କରୋନା ସନ୍ଦେହରେ ଉକ୍ତ ଶିକ୍ଷକଙ୍କ ଶବ ବୋହିବାକୁ ଗ୍ରାମବାସୀ ବାରଣ କରିବାରୁ ବାଧ୍ୟ ହୋଇ ତାଙ୍କ ବାପା ଏବଂ ବଡ଼ ଭାଇ ଏକ ବଡ଼ ବାଡ଼ି ସହାୟତାରେ ଶବକୁ ନେଇ ଦାହ କରିଥିଲେ । ସୂଚନା ଅନୁଯାୟୀ ଶିକ୍ଷକ ଜଣକ ଥିଲେ ଉତ୍ତର କୁମାର ସିଦାର ,ତାଙ୍କ ଘର ଝାରବନ୍ଧ ବ୍ଲକ ବେହେରାଡୁବୁରି ଗ୍ରାମରେ ଏବଂ ସେ ଦାବପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। କରୋନା ନିୟନ୍ତ୍ରଣ ତଥା ସଚେତନତା ପାଇଁ ଝାରବନ୍ଧ ବ୍ଲକ ତରଫରୁ ଗଠନ କରାଯାଇଥିବା ରେପିଡ଼ ରେସ୍ପନ୍ସ ଟିମର ସଦସ୍ୟ ଥିଲେ ଏବଂ ଗତବର୍ଷ ଠାରୁ ବେହେରାଡୁବୁରି ଗ୍ରାମରେ ଅଙ୍ଗନବାଡି ଦିଦି ଏବଂ ଆଶା ଦିଦିଙ୍କ ସହ ମିଶି ଲୋକଙ୍କୁ ସଚେତନ କରୁଥିଲେ। ତାଙ୍କର ବୟସ ୩୪ ହେଇଥିବାରୁ ତଥା ଶିକ୍ଷକ ମାନଙ୍କୁ ଆଗୁଆ କରୋନା ଟୀକା ନ ଦେଇ ଡ୍ୟୁଟି କରିବା ପାଇଁ ବାଧ୍ୟ କରାଯିବା ତାଙ୍କୁ କାଳ ହେଲା ବୋଲି କୁହାଯାଇପାରେ କାରଣ ଶିକ୍ଷକ ମାନଙ୍କୁ ଛାଡ଼ି ଅଙ୍ଗନବାଡି କର୍ମୀ ତଥା ଅଶାକର୍ମୀ ମାନଙ୍କୁ କରୋନା ଯୋଦ୍ଧା ରୂପେ ବିବେଚିତ କରି ଟୀକାକରଣ କରାଯାଇଛି।ଟୀକାକରଣ ପରେ ନିଶ୍ଚିତ ଭାବରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିବା ଯୋଗୁଁ ସେମାନଙ୍କ ସଂକ୍ରମିତ ହେବା ଆଶଙ୍କା କମ ଥିବା ସହଜେ ଅନୁମେୟ କିନ୍ତୁ ତାଙ୍କ ସାଙ୍ଗରେ ବିନା ଟୀକାକରଣ ହେଇ ଜିଲ୍ଲାର ଏଭଳି ଶହ ଶିକ୍ଷକ ଡ୍ୟୁଟି କରୁଛନ୍ତି ଯାହାପାଇଁ ସେମାନଙ୍କର ଜୀବନ ଅକାଳରେ ଚାଲିଯାଉଛି ବୋଲି ବୁଦ୍ଧିଜୀବୀ ମାନେ ଅନୁଭବ କରିଛନ୍ତି। କିନ୍ତୁ ଅତ୍ୟନ୍ତ ଦୁଃଖଦ ବିଷୟ ଏହିକି ଯେ ସେମାନଙ୍କ ମୃତ୍ୟୁ ପରେ ତାଙ୍କୁ ସମ୍ମାନ ମଧ୍ୟ ମିଳୁନାହିଁ ଏଭଳିକି ଅନ୍ୟାନ୍ୟ କରୋନା ଯୋଦ୍ଧାମାନଙ୍କୁ ଯେଉଁଭଳି ଭାବରେ ୫୦ ଲକ୍ଷ ପର୍ଯ୍ୟନ୍ତ ମୃତ୍ୟୁକାଳୀନ ସହାୟତା ମିଳୁଛି ତାହାମଧ୍ୟ ମିଳୁନାହିଁ । ପରୋକ୍ଷରେ କହିବାକୁ ଗଲେ ବୋଧହୁଏ ଶିକ୍ଷକଙ୍କ ଜୀବନର କୌଣସି ମୁଲ୍ୟ ନାହିଁ, ଯଦି ଏଭଳି ନୀତିରେ କିଛିଦିନ ଚାଲେ ତେବେ ଅନେକ ଶିକ୍ଷକଙ୍କ ଜୀବନ ଚାଲିଯିବାର ଆଶଙ୍କାକୁ ଏଡ଼ାଇ ଦେଇପାରିବେନି ରାଜ୍ୟ ସରକାର. ଏଥିପାଇଁ ତୁରନ୍ତ ଶିକ୍ଷକ ମାନଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା କରିବା ସହ ଡ୍ୟୁଟିରେ ଥିବା ଶିକ୍ଷକ ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେଇ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗେଇଦେବା ପାଇଁ ପ୍ରତ୍ୟେକ ଶିକ୍ଷକ ଏବଂ ସଚେତନ ନାଗରିକବୃନ୍ଦ ଦାବୀ କରିଛନ୍ତି ।Next Post
Recover your password.
A password will be e-mailed to you.