ଟ୍ରେନ୍ ଦ୍ୱାରା ଯାତାୟାତ ପାଇଁ ରେଳବାଇ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ 

0 2

East Coast Railway » Indian Rail Info

ଭୁବନେଶ୍ୱର (ଶାସକ ପ୍ରଶାସକ) : ରେଳ ମନ୍ତ୍ରଣାଳୟ ଦ୍ୱାରା ସାରା ଦେଶରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବା ଉଦ୍ୟଶ୍ୟରେ ଟ୍ରେନ୍ ଯୋଗେ ଯାତ୍ରୀମାନଙ୍କ ଚଳାଚଳ ପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ (SOP)  ଜାରି କରାଯାଇଛି।

ସଂପୂର୍ଣ୍ଣ ପ୍ରତୀକ୍ଷା ତାଲିକା ଟିକେଟ୍ (ୱେଟିଂ ଲିଷ୍ଟ)ରେ ଥିବା ଯାତ୍ରୀମାନଙ୍କୁ ଟ୍ରେନରେ ଯାତ୍ରା କରିବା ଏବଂ ଷ୍ଟେସନରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ | ଏହା ବ୍ୟତୀତ ଅଣସଂରକ୍ଷିତ ଟିକେଟ୍ (UTS) ସୀମିତ ଟ୍ରେନରେ ଅନୁମତି ଦିଆଯିବ ଯେଉଁଥିରେ କେବଳ ଅଣସଂରକ୍ଷିତ ଯାତ୍ରା ଅନୁମତି ଦିଆଯାଇଛି |

ଟ୍ରେନ ଭଡ଼ା ରେ କ୍ୟାଟରିଂ ଚାର୍ଜ ଅନ୍ତର୍ଭୂକ୍ତ କରାଯିବ ନାହିଁ | ଟ୍ରେନରେ ପ୍ରିପେଡ୍ କ୍ୟାଟରିଂ ସେବାକୁ ବନ୍ଦ କରାଯାଇଅଛି | ଅବଶ୍ୟ, ପ୍ୟାକ୍ ହୋଇଥିବା ଭୋଜନ, ପ୍ୟାକେଜ୍ ପାନୀୟ ଜଳ ବୋତଲ, ଚା, କଫି, ପାନୀୟ ଇତ୍ୟାଦି ପ୍ୟାଣ୍ଟ୍ରି କାର୍ ଏବଂ ଟ୍ରେନ୍ ସାଇଡ୍ ଭେଣ୍ଡିଂ କରୁଥିବା ଭେଣ୍ଡରଙ୍କ ଠାରୁ କିଣି ପାରିବେ | ଟିକେଟ୍ ବୁକିଂ ସମୟରେ ଏହି ସୂଚନା ଉପଲବ୍ଧ କରିବାକୁ ହେବ |

ଏହା ବ୍ୟତୀତ, IRCTC ଇ-କ୍ୟାଟରିଂ ସୁବିଧା ମାଧ୍ୟମରେ ଯାତ୍ରୀମାନଙ୍କୁ କ୍ୟାଟରିଂ ସେବା ଉପଲବ୍ଧ ହୋଇପାରିବ | ଟ୍ରେନରେ କ୍ୟାଟରିଂ ସେବା ଯୋଗାଣ ସମୟ ସମୟରେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ସୁରକ୍ଷା ଏବଂ ସ୍ୱଚ୍ଛତା ପ୍ରୋଟୋକଲଗୁଡିକର ଅନୁପାଳନ ହେବ। ଟ୍ରେନ୍ ଭିତରେ କୌଣସି ଲିନେନ, କମ୍ବଳ ଏବଂ ପରଦା ଇତ୍ୟାଦି ଯୋଗାଇ ଦିଆଯିବ ନାହିଁ | ଯାତ୍ରୀମାନଙ୍କୁ ଟ୍ରେନରେ ଯାତ୍ରା କରିବା ସମୟରେ ନିଜର ଲିନେନ ଆଣିବାକୁ ଅନୁରୋଧ କରାଯାଇଛି | ସମସ୍ତ ମଲ୍ଟି  ପ୍ରପୋଷ ଷ୍ଟଲରେ ବେଡ୍ରୋଲ୍ କିଟ୍ ମଧ୍ୟ ଉପଲବ୍ଧ ହେଉଅଛି |

ଷ୍ଟେସନ ଏବଂ ଟ୍ରେନରେ ଫେସ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନଚେତ୍ ଅବମାନନା କରୁଥିବା ଯାତ୍ରୀମାନଙ୍କଠାରୁ ପାଞ୍ଚଶହ ଟଙ୍କା ଜୋରିମାନା  ଆଦାୟ କରାଯିବ | ସମସ୍ତ ଯାତ୍ରୀଙ୍କୁ ରେଳବାଇ ଦ୍ୱାରା ନିର୍ଦ୍ଦିଷ୍ଟ COVID ପ୍ରୋଟୋକଲଗୁଡିକ ପାଳନ କରିବା ସହିତ ଆରୋଗ୍ୟ ସେତୁ ଆପ ଡାଉନ ଲୋଡ୍ କରିବାକୁ ପରାମର୍ଶ ଦିଆଯାଇଛି | ଷ୍ଟେସନରେ ଥର୍ମାଲ୍ ସ୍କ୍ରିନିଂ ହେବା ପରେ ଯାତ୍ରୀମାନଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ | ଯାତ୍ରୀମାନେ ନିଜ ନିଜର ସାନିଟାଇଜର୍ ସାଙ୍ଗରେ ଆଣିବାକୁ କୁହାଯାଇଥିବାବେଳେ ସାମାଜିକ ଦୂରତା ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଅଛି |

Leave A Reply

Your email address will not be published.