ଉପସାଗରୀୟ ଦେଶ ଗୁଡ଼ିକରୁ ଭାରତକୁ ଆସିବ ଲିକୁଇଡ୍ ମେଡ଼ିକାଲ୍ ଅକ୍ସିଜେନ – ଧର୍ମେନ୍ଦ୍ର ପ୍ରଧାନ

0 2

 ସାଉଦିଆରବ, କତାରର ଉର୍ଜା ମନ୍ତ୍ରୀ ଏବଂ ୟୁଏଇର ଶିଳ୍ପ ମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର– କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଭର୍ଚୁଆଲ୍ ମାଧ୍ୟମରେ ସାଉଦିଆରବର ଉର୍ଜା ମନ୍ତ୍ରୀ ପ୍ରିନ୍ସ ଅବଦୁଲାଜିଜ୍, ୟୁଏଇର ଶିଳ୍ପ ଏବଂ ଟେକ୍ନୋଲୋଜି ଏବଂ ଆଦନୋକ ଗ୍ରୁପର ସିଇଓ ଡ. ସୁଲତାନ ଅଲ୍ ଜାବେର ଏବଂ କତାରର ଉର୍ଜା ମନ୍ତ୍ରୀ ତଥା କତାର ପେଟ୍ରୋଲିୟମର ସଭାପତି ସାଦ୍ ଶେରିଦା ଅଲ୍ କାବିଙ୍କ ସହ ଆଲୋଚନା କରିଛନ୍ତି । ଏହି ଦେଶର ସମସ୍ତ ମନ୍ତ୍ରୀଗଣ ଭାରତକୁ ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନ(ଏଲଏମଓ)ର ବାଣିଜ୍ୟିକ ଯୋଗାଣ ପାଇଁ ସବୁପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସୁନିଶ୍ଚିତ କରିଥିବା ଶ୍ରୀ ପ୍ରଧାନ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

ଆବୁଧାବି, କୁଏତ, କତାର, ବାହରିନ, ସାଉଦିଆରବ, ଓମାନରେ ଅବସ୍ଥାପିତ ଭାରତୀୟ ଦୂତାବାସଙ୍କ ସକ୍ରିୟ ସହଯୋଗ ଫଳରେ ଇଣ୍ଡିଆନ ଅଏଲ ଏବଂ ଗେଲ୍ ଇଣ୍ଡିଆ ଆଗାମୀ କିଛି ସପ୍ତାହ ମଧ୍ୟରେ ଦେଶକୁ ଲିକୁଇଡ଼ ମେଡ଼ିକାଲ ଅକ୍ସିଜେନ ଆଣିବେ । ବିଶେଷ ଭାବରେ କୋଭିଡ୍ – ୧୯ ମହାମାରୀର ଦ୍ୱିତୀୟ ଲହର ସହ ଭାରତ ଲଢ଼ୁଥିବା ବେଳେ ଏହି ସହାୟତା ଯୋଗାଇ ଦେବା ପାଇଁ ଏହି ଦେଶର ନେତୃତ୍ୱମାନେ ଇଚ୍ଛାପ୍ରକାଶ କରିଛନ୍ତି ।

ଭାରତକୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ଲିକୁଇଡ୍ ସାମଗ୍ରୀ ଆସି ପାରୁଥିବା ଆଇଏସଓ କଟେଂନର ଭାରତକୁ ଯୋଗାଇଦେବା ପାଇଁ ବିଶେଷ ଭାବରେ ସହଯୋଗ କରିଥିବାରୁ ଶ୍ରୀ ପ୍ରଧାନ ସାଉଦିଆରବର ଉର୍ଜା ମନ୍ତ୍ରୀ, ୟୁଏଇର ଶିଳ୍ପ ଏବଂ ଟେକ୍ନୋଲୋଜି ମନ୍ତ୍ରୀ ଏବଂ କତାରର ଉର୍ଜା ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଭାରତକୁ ନିରନ୍ତର ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନର ଯୋଗାଣ ପ୍ରତିଶ୍ରୁତି ସ୍ୱାଗତଯୋଗ୍ୟ ବୋଲି ସେ କହିଛନ୍ତି ।

ଭାରତକୁ ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନର ଆମଦାନୀ ବଢ଼ାଇବା ପାଇଁ ସାଉଦିଆରବ, ୟୁଏଇ ଏବଂ କତାର ସହ ଗତ ଏକ ସପ୍ତାହ ଧରି ବିଚାରବିମର୍ଷ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ୟୁଏଇ, କୁଏତ, ବାହାରିନ ଏବଂ ସାଉଦି ଆରବରୁ ବିଶେଷ ଭାବରେ ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନର ଯୋଗାଣ ଆସୁଥିବାରୁ ଏହାକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଛନ୍ତି । ତୈଳ ଉତ୍ପାଦନକାରୀ ରାଷ୍ଟ୍ର ଗୁଡ଼ିକରୁ ମେଡ଼ିକାଲ ଲିକୁଇଡ୍ ଅକ୍ସିଜେନ  ଭାରତକୁ ଆସିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସାଗରୀୟ ଦେଶ ଗୁଡ଼ିକର ନେତୃତ୍ୱଙ୍କ ସହ ଘନିଷ୍ଠ ସମ୍ପର୍କର ପ୍ରତିଫଳନ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

 

Leave A Reply

Your email address will not be published.