ବିଜୁ ବାବୁଙ୍କ ବରିଷ୍ଠ ସହଯୋଗୀଙ୍କର ଦେହାନ୍ତ 

0 2

ଘରକୁ ପହଂଛି ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଧାୟକ, ଗଭୀର ଶୋକ ପ୍ରକଟ କଲେ ମନ୍ତ୍ରୀ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମର ଶ୍ରୀ ଶୁପ ସିଂ ଡନସନା (୯୪) ଙ୍କର ଗତ ରାତିରେ ମୃତ୍ୟୁ ହୋଇ ଯାଇଛି । ଶ୍ରୀ ଶୁପ ସିଂ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ଆଜି ସକାଳେ ତାଙ୍କର ମୃତ୍ୟୁ ଖବର ପାଇବା ପରେ ମାନ୍ୟବର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା , ମାଣ୍ଡୋସିଲ ସ୍ଥିତ ତାଙ୍କର ବାସଭବନ କୁ  ଯାଇ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । 

     ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ଶୁପସିଂ ଏହି ଅଂଚଳରେ ବିଜୁ ବାବୁଙ୍କର ଜଣେ ଘନିଷ୍ଟ ସହଯୋଗୀ ଥିଲେ । ପ୍ରତକ୍ଷ ଭାବରେ ରାଜନୀତି କରୁନଥିଲେ ବି ସେ ଜଣେ  ଅଣକଂଗ୍ରସ ରାଜନୀତି ର ଦୃଢ଼ ସମ୍ମର୍ଥକ ଥିଲେ । ବିଜୁ ବାବୁ ଦୁଇଥର ତାଙ୍କର ଘରକୁ ଆସି ତାଙ୍କର ଅତିତ୍ୱ ସ୍ୱୀକାର କରି ସାରିଛନ୍ତି । ବିଜୁ ବାବୁଙ୍କ ସମୟରେ ଜନତା ଦଳକୁ ଏହି ଅଂଚଳରେ ଛିଡା କରେଇବା ହେଉ କି ବିଜୁ ଜନତା ଦଳ କୁ ମଜବୁତ କରିବା ଏହି ସବୁ କାମରେ ଶ୍ରୀ ଶୁପସିଂ ଙ୍କର ଅବଦାନ ମନେ ପକାଇ ମାନ୍ୟବର ବିଧାୟକ ଶୋକ ପ୍ରକଟ କରିବା ସହିତ ପରିବାର ଵର୍ଗ ଙ୍କୁ ସନ୍ତନା ପ୍ରଦାନ କରିଛନ୍ତି । ସେହି ଭଳି ରାଜ୍ୟ ସରକାରଙ୍କର ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ,  ଶ୍ରୀ ଶୁପସିଂ ଙ୍କର ବିୟୋଗ ରେ ଗଭୀର ଶୋକ ବ୍ୟକ୍ତ କରିବା ସହିତ ଅଂଚଳ ଆଜି ବିଜୁ ବାବୁଙ୍କର ଜଣେ ସହଯୋଗୀ ଙ୍କୁ ହରାଇଲା ବୋଲି କହିବା ସହିତ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ  ତାଙ୍କର ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । 

   ବର୍ଷିୟାନ ଶୁପସିଂ ଙ୍କର ସ୍ଵସ୍ଥ ଅବସ୍ଥା ଖରାପ ଥିବା ଜାଣି କିଛି ସପ୍ତାହ ପୂର୍ବରୁ ମାନ୍ୟବର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ତାଙ୍କର ଘରକୁ ଯାଇ ତାଙ୍କର ସ୍ଵସ୍ଥ ଅବସ୍ଥା ବୁଝିବା ସହିତ ତାଙ୍କ ସହିତ ଆଲୋଚନା କରିଥିଲେ । ଏହା ପରେ ଶ୍ରୀ ଶୁପସିଂ ଙ୍କୁ ପଦ୍ମପୁର ଆର ବି ହାଇ ସ୍କୁଲ ଠାରେ ପୁରାତନ ଛାତ୍ର ଭାବରେ ବିଧାୟକ ତାଙ୍କୁ ସମ୍ମାନିତ ମଧ୍ୟ କରିଥିଲେ । ଆଜି ଶ୍ରୀ ଶୁପସିଂ ଙ୍କର ବିୟୋଗରେ ଅଂଚଳରେ ଗଭୀର ଶୋକର ଛାୟା ଖେଳି ଯାଇଥିବା ବେଳେ ପାଇକମାଲ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଶ୍ରୀ ଅଲତାଫ ମହମ୍ମଦ ଙ୍କର ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ । ଆଜି କୋବିଡ଼ କଟକଣାକୁ ପାଳନ କରି ପରିବାର ତରଫରୁ ତାଙ୍କର ଅନ୍ତିମ ସଂସାର ମାଣ୍ଡୋସିଲିରେ କରାଯାଇଥିଲା ।

Leave A Reply

Your email address will not be published.