ସ୍ୱର୍ଗତ ସାମ୍ବାଦିକଙ୍କ ପରିବାରକୁ ଏକ ଲକ୍ଷ ଟଙ୍କାର ସହାୟତା ଦେଲେ ସମାଜସେବୀ।

0 2

ବୁଗୁଡା  (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକର ଜଣାଶୁଣା ସମାଜସେବୀ, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ଘୁମୁସର ର ସ୍ୱର ଓ ବିଶ୍ଵକର୍ମା ସମାଜ ର ସମ୍ପାଦକ ତଥା ସାମ୍ବାଦିକ, ବାଲିପଦର ଗ୍ରାମର ରତ୍ନାକର ମହାରଣା ଗତ ଏପ୍ରିଲ ୨୩ ତାରିଖ ଦିନ ବ୍ରହ୍ମପୁର ବଡ଼ ମେଡ଼ିକାଲରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ଆଜି ଥିଲା ସ୍ବର୍ଗତ ମହାରଣାଙ୍କ ଏକାଦଶହ ଦିବସ। ଏହି ଉପଲକ୍ଷେ ବାଲିପଦର ବଣିକ ସଙ୍ଘ, ଘୁମୁସର ର ସ୍ୱର, ବିଶ୍ଵକର୍ମା ସମାଜ ପ୍ରଭୃତି ସଂଗଠନ ପକ୍ଷରୁ ସ୍ବର୍ଗତ ସାମ୍ବାଦିକ ରତ୍ନାକର ମହାରଣାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ବାଲିପଦର ବଣିକ ସଙ୍ଘ ସଭାପତି ତଥା ବିଶିଷ୍ଟ ସମାଜସେବୀ ଇଂ ଲକ୍ଷ୍ମୀ ପ୍ରସାଦ ନାୟକ ବ୍ୟକ୍ତିଗତ ଭାବେ ସ୍ବର୍ଗତ ମହାରଣାଙ୍କ ଧର୍ମପତ୍ନୀ  ନୟନୀ ମହାରଣାଙ୍କୁ ଏକ ଲକ୍ଷ ଟଙ୍କାର ଚେକ ପ୍ରଦାନ କରି ସହାୟତାର ହାତ ବଢାଇଛନ୍ତି। ଜଣେ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ସ୍ବର୍ଗତ ସମାଜସେବୀ ତଥା ସାମ୍ବାଦିକଙ୍କ ପରିବାରକୁ ଇଞ୍ଜିନିୟର ଶ୍ରୀ ନାୟକ ସହାୟତାର ହାତ ବଢାଇ ଥିବା ଯୋଗୁଁ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ଧନ୍ୟବାଦ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.