ରାଜ୍ୟରେ ଆରମ୍ଭ ହେଲା ଚଉଦ ଦିନିଆ ଲକଡାଉନ

0 2

ରାଜରାସ୍ତାରେ ତଦାରଖ କରୁଛନ୍ତି ଉପଜିଲ୍ଲାପାଳ

ବରଗଡ :- କୋରୋନା ସଂକ୍ରମଣ କୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆଜିଠାରୁ ସାରା ଓଡ଼ିଶାରେ ୧୪ ଦିନିଆ ଲକ ଡାଉନ୍ ଆରମ୍ଭ ହୋଇଯାଇଛି l  ଆଜି ପଦ୍ମପୁର ଉପାଖଣ୍ଡରେ ମଧ୍ୟରେ ଲକ୍ ଡାଉନ୍ କୁ ସୁନିଶ୍ଚିତ କରିବା ପାଇଁ ଅଂଚଳର ବିଭିନ୍ନ ଛକ ମାନଙ୍କରେ ଯାଞ୍ଚ ପ୍ରକ୍ରିୟା କୁ କଡାକଡି ଭାବେ ପାଳନ କରାଯାଉଛି l ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ତ୍ରିଲୋଚନ ପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଯାଞ୍ଚ ପ୍ରକ୍ରିୟା ଚାଲୁରହିଛି l ପଦ୍ମପୁର ଠାରେ ସ୍ଥାନୀୟ ତହସିଲଦାର ଶ୍ରୀଯୁକ୍ତ ସଞ୍ଜନ କୁମାର ସେଠ, ସହକାରୀ ଜିଲ୍ଲାପାଳ ଦିପ୍ତିମୟୀ ଭୁଏ, ବିଜ୍ଞାପିତ ଅଞ୍ଚଳ ପରିଷଦ ର ନିର୍ବାହୀ ଅଧିକାରୀ ଏବଂ ପୋଲିସ ବିଭାଗ ପକ୍ଷରୁ ବିଭିନ୍ନ ଛକ ତଥା ଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ଯାଞ୍ଚ ଚାଲିଥିବାର ଜଣାପଡ଼ିଛି lସରକାର ଙ୍କ ନିମୟାନୁସାରେ କେବଳ ଅତ୍ୟାବଶ୍ୟକୀୟ ସେବାକୁ ଛାଡି ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ, ଯାନବାହନ ଚଳାଚଳ ପ୍ରଭୃତି ବନ୍ଦ ରହିଛି । ସେହିଭଳି ପାଇକମାଲ , ଝାରବନ୍ଧ ଆଦି ଅଞ୍ଚଳରେ ମଧ୍ୟ ଲକ ଡାଉନର ପ୍ରଭାବ ଦେଖିବାକୁ ମିଳିଛି ବୋଲି ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଙ୍କ ଠାରୁ ପ୍ରକାଶ l

Leave A Reply

Your email address will not be published.