କଳାହାଣ୍ଡି / ତୁଳମଣି ନାଗ : ଜିଲ୍ଲାର ଉଦୀୟମାନ ଛାତ୍ର ନେତା ସୁଶାନ୍ତ କୁମାର ପ୍ରଧାନୀଙ୍କୁ ନେସନାଲ୍ ଷ୍ଟୁଡେଣ୍ଟସ ୟୁନିୟନ୍ ଅଫ୍ ଇଣ୍ଡିଆ ( NSUI ) ର କଳାହାଣ୍ଡି ଶାଖାର ଜିଲ୍ଲା ସଭାପତି ଭାବେ ସଂଗଠନ ର ଜାତୀୟ ସଭାପତି ନୀରଜ କୁନ୍ଦନ ମନୋନୀତ କରିଥିବାରୁ ଆନନ୍ଦର ଲହରୀ ଖେଳିଯାଇଛି। ଶ୍ରୀ ପ୍ରଧାନୀ ଙ୍କ ନିଯୁକ୍ତିକୁ ଜାତୀୟ କଂଗ୍ରେସର ସେଣ୍ଟ୍ରାଲ ଏଡଭାଇଜରି କମିଟି ର ଚେୟାରମେନ ଶ୍ରୀମତୀ ସୋନିଆ ଗାନ୍ଧୀ ଅନୁମୋଦନ କରିଛନ୍ତି। ଓଡ଼ିଶା ପାଇଁ ମନୋନୀତ ୧୭ ଜଣ ଜିଲ୍ଲା ସଭାପତି ଙ୍କ ମଧ୍ୟରେ ଶ୍ରୀ ପ୍ରଧାନୀ ସ୍ଥାନ ପାଇଥିବାରୁ ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭକ୍ତ ଚରଣ ଦାସ ଙ୍କ ସମେତ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, ପ୍ରଦେଶ ରାଜ୍ୟ ସଂପାଦକ ତ୍ରିଲୋଚନ ପାଣିଗ୍ରାହୀ, ପ୍ରଦେଶ ସାଧାରଣ ସମ୍ପାଦକ ମହମ୍ମଦ ସାହେବ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ ତଥା ସମସ୍ତ ଯୁବ ଯୁବ ସହଯୋଗୀ ଓ ଛାତ୍ରଛାତ୍ରୀଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି। ଆଗାମୀ ଦିନରେ ଶିକ୍ଷା, ସ୍ଵାସ୍ଥ୍ୟ, ପାନୀୟଜଳ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଙ୍କ ହଷ୍ଟେଲ ଫି ‘ବୃଦ୍ଧି , ଖାଲି ଥିବା ଅଧ୍ୟାପକ ପଦବୀ ପୂରଣ ସହ ଜିଲ୍ଲାର ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଯୋଗାଇଦେବା ପାଇଁ ଲଢେ଼ଇ ଜାରି ରଖିବାକୁ ଦୃଢ଼ ମତପୋଷଣ କରିଛନ୍ତି। ସେହିପରି ବର୍ତ୍ତମାନ ଜିଲ୍ଲାରେ କୋରୋନା ମହାମାରୀ ରେ ବିଭିନ୍ନ କୋରୋନା ହସ୍ପିଟାଲରେ ରୋଗୀଙ୍କୁ ସଠିକ୍ ଚିକିତ୍ସା ଯୋଗାଇ ଦେବାକୁ ଦାବି କରିଛନ୍ତି। ଜନସାଧାରଣଙ୍କୁ କୋରୋନା ମହାମାରୀ ବିରୁଦ୍ଧରେ ଲଢ଼ିବାକୁ NSUI ର ଜିଲ୍ଲା ସଂଗଠନ ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post