ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ଦର ଦାମ ବୃଦ୍ଧି, ଖାଉଟି ସାମଗ୍ରୀର କଳାବଜାର ରୋକିବାକୁ ମଙ୍ଗଳବାର ରେଢ଼ାଖୋଲ ଦୈନିକ ବଜାର କଦମ୍ବପଢିଆ ଠାରେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି।ଏହି ଚଢାଉରେ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ଅତିରିକ୍ତ ତହସିଲଦାର ଅମୂଲ୍ୟ ବାଘ, ଏନଏସି ନିର୍ବାହୀ ଅଧିକାରୀ କନିକା ଚକ୍ରବର୍ତ୍ତୀ, ଥାନା ଅଧିକାରୀ ସୁରୁ ବାବୁ ଛତ୍ରିଆ, ପୋଲିସ ଏସଆଇ ସୌମ୍ୟ ରଞ୍ଜନ ମଲ୍ଲିକ ପ୍ରମୁଖ ପ୍ରଶାସନ ଓ ପୋଲିସ ଅଧିକାରୀ ମାନେ ସାମିଲ ହୋଇଥିଲେ।ଚଢ଼ାଉ ବେଳେ ଦର ବୃଦ୍ଧି କରି ବିକ୍ରି କରୁ ଥିବା ବ୍ୟବସାୟୀଙ୍କୁ ସଠିକ ମୂଲ୍ୟରେ ଜିନିଷ ପତ୍ର ବିକ୍ରି କରିବାକୁ ତାଗିତ କରିବା ସହ କରୋନା ରୋଗ ଦିନ କୁ ଦିନ ବହୁ ମାତ୍ରାରେ ବୃଦ୍ଧି ହେଉ ଥିବାରୁ ସାମାଜିକ ଦୂରତା ବଜାୟ ରଖିବାକୁ ଲୋକଙ୍କୁ ସଚେତନ କରିଥିଲେ।
Sign in
Sign in
Recover your password.
A password will be e-mailed to you.