ବିଶିଷ୍ଟ ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ମହାରଣାଙ୍କ ଦେହାନ୍ତରେ ଭରଚୁଆଲ ଶୋକ ସଭା

0 2

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ରବିବାର ଦିନ ଅପରାହ୍ନରେ ମହେନ୍ଦ୍ରଗିରି ସରକାରୀ ପୌର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଦିବଙ୍ଗତ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମହାରଣାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ବିଦ୍ୟାଳୟର ପୁରୁଣା ଛାତ୍ର ଛାତ୍ରୀ ଏବଂ ସମ୍ପ୍ରତି ଶିକ୍ଷକ ଏକ ଶୋକ ସଭା ଅନୁଷ୍ଠିତ ହୋଇସାରିଛି। 

ପ୍ରଥମେ ନିରବ ପ୍ରାର୍ଥନା ପରେ ୮୫ବର୍ଷୀୟ ଶ୍ରୀ ମହାରଣା ଚଳ ଚଞ୍ଚଳ ସ୍ଥିତିରେ ଗତକାଲି ରାତ୍ରୀ ୧୦ଘଣ୍ଟା ସମୟରେ ନିଜ ବାସଭବନ ନଡ଼ିଆତୋଟା ସାହିରେ ମାତ୍ର କିଛି କ୍ଷଣ ମଧ୍ୟରେ ନିଜର ପ୍ରାଣ ବାୟୁ ଉଡିଯାଇଛି। ଜଣେ ଯୁବସୁଲଭ ସ୍ୱଭାବର ବ୍ୟକ୍ତି ଭାବେ ବେଶ ଜଣାଶୁଣା ଥିଲେ। ଶିକ୍ଷାଦାନ ସହ ସାରସ୍ୱତ ସାଧନା , ଜଣେ ବାଗ୍ମୀ ଓ ଶିକ୍ଷାବିତ୍ ଭାବେ ସେ ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଶ୍ରମ ଏବଂ ସେବା ଜାରି ରଖିଥିଲେ। ଗଣିତ , ବିଜ୍ଞାନ , ଇଂରାଜୀ ଭାଷା ଓ ଓଡିଆ ଭାଷାରେ ସେ ପ୍ରବିଣ ଥିଲେ। ମୃତ୍ୟୁ ସମୟରେ ୪ ପୁଅ ୧ଝିଅ ସହ ନାତି , ନାତୁଣୀ ଉପସ୍ଥିତ ଥିଲେ। ନୂଆ ଏବଂ ପୁରୁଣା ଶିକ୍ଷକ ମାନଙ୍କ ମଧ୍ୟରେ ରାମଶଙ୍କର ଗନ୍ତାୟତ, ବେଣୁ ଗୋପାଳ ପାଢ଼ୀ , ବିଚିତ୍ରାନନ୍ଦ ବେବର୍ତ୍ତା , ରଶ୍ମିତା କୁମାରୀ ନନ୍ଦ , ସୁଜ୍ଞାନି ପ୍ରଭା ପାଣିଗ୍ରାହୀ , ରଘୁନାଥ ବରାଡ଼ , ଲକ୍ଷ୍ମୀ ନାରାୟଣ ହୋତା , ୱାଇ ଶିବ କୁମାର , କବିତା ରାଉତ , ବିଷ୍ଣୁପ୍ରିୟା ପାଢ଼ୀ , ଜି. ଶ୍ରୀଲକ୍ଷ୍ମୀ  , ରାଜେନ୍ଦ୍ର ପଢ଼ିଆରୀ ପ୍ରଭୃତି ଏହି ଭାରଚୁଆଲ ଶୋକସଭାରେ ଯୋଗ ଦେଇଥିଲେ।

Leave A Reply

Your email address will not be published.