ବିଜେତାଙ୍କୁ ନବୀନ ଜଣାଇଲେ ଅଭିନନ୍ଦନ 

0 2

ଭୁବନେଶ୍ୱର :  ଚାରି ରାଜ୍ୟର ନିର୍ବାଚନ ଫଳ ବାହାରିବା ପରେ ବିଜୟୀ ମୁଖ୍ୟମନ୍ତ୍ରୀ ଓ ରାଜନେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ  ଆସାମର ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲ, କେରଳର ମୁଖ୍ୟମନ୍ତ୍ରୀ ପି ବିଜୟାନଙ୍କୁ  ଲଗାତାର ଦ୍ଵିତୀୟ ଥର ପାଇଁ ବିଜୟ ଲାଭ କରିଥିବା ଯୋଗୁ ଅଭିନନ୍ଦନ ଜଣାଇଥିବା ବେଳେ  ଲଗାତାର ତୃତୀୟ ଥର ପାଇଁ ପଶ୍ଚିମବଙ୍ଗରେ କ୍ଷମତାକୁ ଆସିଥିବା ଯୋଗୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସେହିପରି ତାମିଲନାଡୁ ବିଧାନସଭା ନିର୍ବାଚନରେ କ୍ଷମତାକୁ ଆସିଥିବା ଡ଼ିଏମକେର ମୁଖ୍ୟ ଏମ କେ ଷ୍ଟାଲିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ | 

Leave A Reply

Your email address will not be published.