ରାଜ୍ୟ ସାମ୍ବାଦିକମାନଙ୍କୁ ଫ୍ରଣ୍ଟଲାଇନ କୋଭିଡ ୱାରିୟର୍ସ ଭାବରେ  ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

0 2

6944 କାର୍ଯ୍ୟରତ ସାମ୍ବାଦିକମାନେ ଉପକୃତ ହେବେ |

ଭୁବନେଶ୍ୱର (ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଫ୍ରଣ୍ଟଲାଇନ କୋଭିଡ ୱାରିୟର୍ସ ଘୋଷଣା କରିଛନ୍ତି। ଏଥିପାଇଁ ଏକ ପ୍ରସ୍ତାବକୁ ଅନୁମୋଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କାର୍ଯ୍ୟରତ ସାମ୍ବାଦିକମାନେ ନିରବଚ୍ଛିନ୍ନ ଭାବେ ଖବର ପରିବେଷଣ କରି ଏକ ମହତ୍ ସେବା କରୁଛନ୍ତି,ଓ କୋଭିଡ ସମ୍ପର୍କିତ ସୂଚନା ବିଷୟରେ ଲୋକଙ୍କୁ ଅବଗତ କରାଉଛନ୍ତି | କୋଭିଡି ବିରୋଧୀ ଲଢେଇରେ ସେମାନେ ଆମ ମାନଙ୍କ ପାଇଁ ବେଶ ସହାୟକ |”

ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଫଳରେ  ରାଜ୍ୟର 6944 କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଗୋପାବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବିମା ଯୋଜନା ଅଧୀନରେ ରାଜ୍ୟର ପ୍ରାୟ ୬୯୪୪ କାର୍ଯ୍ୟରତ ସାମ୍ବାଦିକଙ୍କୁ ଅନ୍ତର୍ଭୁକ୍ତ  କରାଯାଇଛି। ସେମାନେ ପ୍ରତ୍ୟେକଙ୍କୁ 2 ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା କଭରେଜ ପ୍ରଦାନ କରାଯାଉଛି । ଏହା ବ୍ୟତୀତ ଡ୍ୟୁଟି କରୁଥିବା ସମୟରେ କୌଣସି  ସାମ୍ବାଦିକଙ୍କ କୋଭିଡରେ ଦେହାନ୍ତ ଘଟିଲେ ସେମାନଙ୍କ ନିକଟ ସମ୍ପର୍କୀୟଙ୍କୁ  15 ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ପ୍ରଦାନ  କରାଯାଉଛି। 

Leave A Reply

Your email address will not be published.