ସ୍ଥାନୀୟ ମ‌ହିଳା ସ୍ନାତକ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ଡଃ ଜୟନ୍ତୀ ରଥଙ୍କ ବିୟୋଗରେ ମହାବିଦ୍ୟାଳୟ ପରିସରରେ ଏକ ଶୋକସଭା

0 4

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମ‌ହିଳା ସ୍ନାତକ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ଡଃ ଜୟନ୍ତୀ ରଥ ଆଉ ନାହାଁନ୍ତି। ୩୦-୪-୨୧ ତାରିଖ  ସକାଳେ  ବ୍ରହ୍ମପୁର ଅଶ୍ଵିନୀ ହସ୍ପିଟାଲରେ କରୋନାରରେ  ଚିକିତ୍ସିତ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। 

ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୫ ବର୍ଷ ହୋଇଥିଲା। ଶ୍ରୀମତୀ ରଥ ଙ୍କର ଏହି ଅକାଳ ବିୟୋଗରେ ମହିଳା ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷା , ଅଧ୍ୟାପିକାବୃନ୍ଦ,ଅଣ ଶିକ୍ଷକ କର୍ମଚାରୀ ବୃନ୍ଦ ତଥା ଛାତ୍ରୀମାନଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ  ଅଧ୍ୟାପିକା ଜଣେ ଗୁଣି,ଜ୍ଞାନି, ବାଗ୍ମୀ , ମେଳାପି ତଥା ଛାତ୍ରୀ ବତ୍ସଳା ଥିଲେ। ସେ ଜଣେ ସୁଲେଖିକା ମଧ୍ୟ। 

ଅନୁଷ୍ଠାନର ଅଧ୍ୟକ୍ଷା ଡଃ ରୀନା ସାହୁଙ୍କ ସଭାପତିତ୍ବରେ ମହାବିଦ୍ୟାଳୟ ପରିସରରେ ଏକ ଶୋକ ସଭା ଆୟୋଜନ କରାଯାଇ, ସ୍ମୃତି ଚାରଣ ସହ ଅମର ଆତ୍ମାର ସଦଗତି ନିମନ୍ତେ  ପ୍ରାର୍ଥନା କରାଯାଇଥିଲା। ଅଧ୍ୟାପିକାଙ୍କ ଅକାଳ ବିୟୋଗରେ ପାରଳାଖେମୁଣ୍ଡି ସହରର ବୁଦ୍ଧିଜୀବୀ ମହଲରେ ମଧ୍ୟ ଶୋକର ଛାୟା ଖେଳିଯାଇଛି ।

 ଶୋକ ସଭାରେ ଅଧ୍ୟାପିକା ଡ: ଭାରତୀ ପାଣିଗ୍ରାହୀ , ଡ଼ଃ.କଲ୍ୟାଣୀ ମିଶ୍ର , ମଧୁସ୍ମିତା ପ୍ରଧାନ , ସି.ଏଚ୍.ନିର୍ମଳା , ରାଜେଶ ପାତ୍ର , ଏଲ. ଦୁର୍ଯ୍ୟୋଧନ , ରଞ୍ଜିତା ପଟ୍ଟନାୟକ, ଅଶୋକ କୁମାର ଓ ଲିଲି ଖଡଗ ରାୟ ପ୍ରମୁଖ ଉପସ୍ଥିତ ଥିଲେ l 

ଉତ୍କଳ ହିତୈଷିଣୀ  ସମାଜ ସଭାଗୃହ, ସମ୍ବାଦ ସାହିତ୍ୟ ଘର , ଆକାଂକ୍ଷା ମହିଳା ସାହିତ୍ୟ ସଂଗଠନ, ଭକ୍ତି ସଙ୍ଗୀତ ସଂସଦର ସଦସ୍ୟ ବୃନ୍ଦ ଓ ଗଣମାଧ୍ୟମର ପ୍ରତିନିଧି ମାନେ ସେମାନଙ୍କର ଶୋକବାର୍ତା  ପଠେଇ ଅମର ଆତ୍ମାର ସଦଗତି କାମନା କରି ଥିଲେ।

Leave A Reply

Your email address will not be published.