ଝାରସୁଗୁଡ଼ାରୁ ଦେଶର ତିନି ପ୍ରମୁଖ ସହରକୁ ବିମାନ ସେବା ଆରମ୍ଭ 

0 3

ପଶ୍ଚିମ ଓଡିଶାବାସୀ ଅଧିକ ଉପକୃତ ହେବେ – ଧର୍ମେନ୍ଦ୍ର ପ୍ରଧାନ

Dharmendra Pradhan donates one month's salary to PM National Relief Fund

ଭୁବନେଶ୍ୱର – ସ୍ପାଇସଜେଟ୍ ପକ୍ଷରୁ ଶନିବାର ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଦେଶର ତିନି ପ୍ରମୁଖ ସହର ପାଟଣା, ଗୌହାଟି ଏବଂ ଅମୃତସରକୁ ବିମାନ ସେବା ଆରମ୍ଭ ହେବା ଫଳରେ ପଶ୍ଚିମ ଓଡ଼ିଶାର  ଲୋକମାନେ ଅଧିକ ଉପକୃତ ହେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି ଯେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆଜି ଠାରୁ ସ୍ପାଇସଜେଟର ବିମାନ ସେବା ବିହାରର ପାଟଣା, ଆସାମର ଗୌହାଟି ଏବଂ ପଞ୍ଜାବର ଅମୃତସରକୁ ଆରମ୍ଭ ହେବା ସ୍ୱାଗତଯୋଗ୍ୟ । ଝାରସୁଗୁଡ଼ାରୁ ଦେଶର ଏହି ତିନି ପ୍ରମୁଖ ସହର ଗୁଡିକୁ ପ୍ରତିଦିନ ବିମାନ ଚଳାଚଳ ହେବା ଦ୍ୱାରା ପଶ୍ଚିମ ଓଡ଼ିଶାରେ ବସବାସ କରିଥିବା ଲୋକମାନେ ଅଧିକ ଉପକୃତ ହେବେ ।

ଓଡ଼ିଶାର ବିକାଶ ତଥା ଅଭିବୃଦ୍ଧି ପାଇଁ ବିମାନ ସଂଯୋଗକୁ ସର୍ବଦା ଗୁରୁତ୍ୱ ଦେଉଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଓଡ଼ିଶାର ଲୋକମାନଙ୍କ ପାଇଁ ଏହି ଅତିରିକ୍ତ ବିମାନ ସେବା ଆରମ୍ଭ କରିଥିବାରୁ ସ୍ପାଇସଜେଟକୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.