ଆମ୍ବୁଲାନ୍ସ ଡ୍ରାଇଭିଙ୍ଗ କରି କୋରୋନା ସଂକ୍ରମିତଙ୍କୁ ଡାକ୍ତରଖାନା ନେଲେ  ମନ୍ତ୍ରୀ ସୁଶାନ୍ତ ସିଂ

0 2

ବରଗଡ :- ବରଗଡ଼ ଜିଲ୍ଲା ସୋହେଲା ବ୍ଲକର ତବଡା ଗ୍ରାମରୁ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂଙ୍କୁ ଜଣେ ବ୍ୟକ୍ତି ଫୋନ କରି କହିଲା ଯେ ତାଙ୍କର ଭାଇ କୋରୋନା ସଂକ୍ରମିତ ହୋଇ କଷ୍ଟ ପାଉଛନ୍ତି । ଏହି ଖବର ଶୁଣିବା ମାତ୍ରେ କାଳ ବିଳମ୍ବ ନକରି ବା ଆମ୍ବୁଲାନ୍ସ ଡ୍ରାଇଭରର ଆସିବାକୁ ଅପେକ୍ଷା ନକରି ମନ୍ତ୍ରୀ ନିଜେ ଆମ୍ବୁଲାନ୍ସ ଚଳାଇ ତବଡା ଗ୍ରାମକୁ ପହଁଚିଲେ ସମ୍ପୃକ୍ତ ରୋଗୀକୁ ଆମ୍ବୁଲାନ୍ସ ରେ ଆଣି ସୋହେଲା ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ରୋଗୀଙ୍କ  ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦେଶ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଗତ କାଲି  ମନ୍ତ୍ରୀ ଅଞ୍ଚଳର ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ଏକ ନୂତନ ଆମ୍ବୁଲାନ୍ସ ଓ 15 ଗୋଟି ଅକ୍ସୀଜେନ ସିଲିଣ୍ଡର ସେବା ଜନସାଧାରଣ ଉଦ୍ଦେଶ୍ୟରେ  ସମର୍ପିତ କରିଥିଲେ । ଆଜି ସକାଳୁ ଫୋନ ପାଇ ନିଜେ ମନ୍ତ୍ରୀ ଗାଡି ଧରି ବାହାରି ଯାଇଥିଲେ ରୋଗୀ ନେବା ପାଇଁ । 

       କରୋନା ସଙ୍କଟ ଆରମ୍ଭ ହେଲା ପରଠାରୁ ନିଜକୁ ସ୍ଥାନୀୟ ଜନସାଧାରଣ ଓ ଆଗନ୍ତୁକ ପ୍ରବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିଦେଇଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ |   ପ୍ରବାସୀ ଶ୍ରମିକ ମାନଙ୍କୁ ସୁବର୍ଣ୍ଣପୁର ନିଜେ ଗାଡ଼ିରେ ନେଇ ଛାଡିଥିବା , ଘଟଣା ହେଉ କି ଲୁହୁରାଚଟି ଠାରେ ଅନବରତ ଭାବରେ ରାଜ୍ୟକୁ ଫେରୁଥିବା ଶ୍ରମିକ ମାନଙ୍କର ସେବା , ସବୁ ବେଳେ ଲୋକଙ୍କ ସହିତ ରହି ତାଙ୍କର ସେବା କରି ନିଜେ ମଧ୍ୟ ସଂକ୍ରମିତ ହୋଇ ଯାଇଥିଲେ ମନ୍ତ୍ରୀ  । ସୁସ୍ଥ ହେବା ପରେ ପୁଣି ଆହୁରି କ୍ଷିପ୍ର ଗତିରେ ଜନସାଧାରଣ ଙ୍କର ସେବାରେ ନିଜକୁ ନିୟୋଜିତ କରିଥିଲେ । ଯେତେବେଳେ ଯେଉଁଠାରେ ତାଙ୍କର ପ୍ରୟୋଜନ ଥିଲା ସେ ପହଂଛି ଯାଉଥିଲେ । ମନ୍ତ୍ରୀ ଙ୍କର ସେବା ମନୋଭାବକୁ ବିରୋଧୀ ମଧ୍ୟ ଖୁବ ପ୍ରଶଂସା କରନ୍ତି । ଆଜିର ଏହି ଘଟଣା ପାଇଁ ଅନେକ ବୁଦ୍ଧିଜୀବୀ ମାନ୍ୟବର ମନ୍ତ୍ରୀ ଙ୍କର ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.