ଓଡ଼ିଶା ମୋ ପରିବାର ଆନୁକଲ୍ୟରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ

0 3

ବରଗଡ :- ଓଡ଼ିଶା ମୋ ପରିବାର ଆନୁକଲ୍ୟରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଆଜି ବରଗଡ଼ ରକ୍ତଭଣ୍ଡାରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ କ୍ରମେ ଜିଲ୍ଲା ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟ ର ସମସ୍ତ ଯୁବ ବର୍ଗଙ୍କୁ କରୋନା ଟୀକା ନେବା ପୂର୍ବରୁ ରକ୍ତଦାନ କରିବା ପାଇଁ ଅନୁରୋଧ କରାଯାଇଛି।  ଏହି ରକ୍ତଦାନ ଶିବିରର ମୁଖ୍ୟ ଅତିଥି ଭାବେ  ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ, ବରଗଡ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ,ପୂର୍ବତନ ବିଧାୟକ ଶ୍ରୀ ସାଧୁ ଚରଣ ନେପାକ,ଓଡିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ଗୌର ହରି ମିଶ୍ର,ବିଜେଡ଼ି ଟାଉନ ସଭାପତି ଶ୍ରୀ କିଶୋର ମିଶ୍ର, ପୂର୍ବତନ ଉପ ନଗରପାଳ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ ବେହେରା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ,ସୁଶାନ୍ତ ଦାସ ସରୋଜମହାପାତ୍ର,ସଞ୍ଜୟମହାପାତ୍ର,ରବି ପତି, ମନୋଜ ମେହେର, ଶରତ ସାହୁ, ଫିରୋଜ କନ୍ଦହେର, ଉପେନ ଘିବେଲା,   ଜିଲ୍ଲା ଯୁବ ଉପସଭାପତି ଶ୍ରୀ ରାଜେଶ ମହାପାତ୍ର,ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଶ୍ରୀ କମଳ ତାଣ୍ଡି ଓ ଶ୍ରୀ ପ୍ରୀତିଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ରକ୍ତଦାନ ଶିବିରରେ ଯୁବ ଭାଇ ଶ୍ରୀ ରିଙ୍କେଶ ମିଶ୍ର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ କାର୍ଯ୍ୟକ୍ରମ କୁ ଅମନ ଦ୍ବିବେଦୀ,ପ୍ରିତିଶ ପଣ୍ଡା,ଭୀଷ୍ମ ନାରାୟଣୀ,ସୁନୀଲ ପଣ୍ଡା ପ୍ରମୁଖ ଶିବିର କୁ ପରିଚାଳନା କରିଥିଲେ ସର୍ବମୋଟ ୩୧ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଶେଷରେ ଆୟୋଜକ ମଣ୍ଡଳୀ ଓ ସମସ୍ତ ରକ୍ତଦାତା ମାନଂକୁ ଧନ୍ୟବାଦ୍ ଦିଆଯାଇଥିଲା।

Leave A Reply

Your email address will not be published.