ହଜିଗଲା ମାନବିକତା : କୋରୋନା ଭୟରେ ୧୪ ଘଣ୍ଟା ଧରି ପଡ଼ିରହିଲା ଶବ 

0 3

ପଦ୍ମପୁର: ହଜିଗଲା ମାନବିକତା ,କରୋନା ଭୟରେ ଛୁଇଁଲେନି ସମ୍ପର୍କୟ ,୧୪ ଘଣ୍ଟା ଧରି ପଡିରହିଲା ଶବ । ଏଭଲି ଅଭାବନୀୟ ଘଟଣା ଦେଖିବାକୁ ମିଲିଛି ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଜାମୁଟବାହାଲ ଗ୍ରାମରେ  ।ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ  ସନ୍ଦିବହାଲ ଗ୍ରାମପଞ୍ଚାୟତ ଅଧିନରେ ଥିବା ଜାମୁଟ ବାହାଲ ଗ୍ରାମର ବିନୋଦ ଠାକୁର ନାମକ ଜଣେ ବ୍ୟକ୍ତି ତାମିଲ ନାଡୁରୁ ପାଞ୍ଚ ଦିନ ପୂର୍ବରୁ ଗ୍ରାମକୁ ଫେରି ଥିଲା । ତାମିଲନାଡୁ ରୁ ଫେରିଲା ପରେ ତାଙ୍କୁ ଜର ହେଉଥିଲା ଏବଂ ଗତକାଲି ତାଙ୍କ ଦେହ ଅତ୍ୟନ୍ତ ଅସୁସ୍ଥ ହୋଇଥିବାରୁ ଆମ୍ବୁଲାନ୍ସ କୁ ଗ୍ରାମର ପରିବାର ଲୋକେ ଡାକିଥିଲେ ହେଲେ କୌଣସି କାରଣରୁ ଆମ୍ବୁଲାନ୍ସ କର୍ମଚାରୀ ତାଙ୍କୁ ହସ୍ପିଟାଲ୍ ନେବା ବଦଳରେ ଗୁରୁତର ଅବସ୍ଥାରେ ଘରେ ଛାଡ଼ିଦେଇ ଚାଲିଯାଇଥିଲେ ଫଳରେ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ତାଙ୍କ ସ୍ତ୍ରୀ ଏବଂ ଝିଅ ଘରେ ଶବ କୁ ଜଗି ରହିଥିଲେ । କରୋନା ଭୟରେ ତାଙ୍କର ସମ୍ପର୍କୀୟ କେହି ଆସି ନ ଥିବା ବେଳେ ଶବ ଟି ସକାଳ ପ୍ରାୟ ୧୦ ସମୟ ପର୍ଯ୍ୟନ୍ତ ପଡ଼ିରହିଥିଲା। ତେବେ ରାତି ପ୍ରାୟ ୭ ଟା ବେଳେ ମୃତ୍ୟୁ ହୋଇଥିବା ବେଳେ ଆଜି ସକାଳ ୧୦ ଟା ବେଳେ ଗାଇସିଲେଟ ବ୍ଲକ ଅନ୍ତର୍ଗତ  କେନ୍ଦୁଭଟା ଦେବଦତ୍ତ କ୍ଳବ୍ ଖବର ପାଇ ଘଟଣା ସ୍ଥଳରେ ଗାଇସିଲେଟ ବିଡିଓ ନିରଞ୍ଜନ ସା ଓ ତହସିଲଦାର ପୁଷ୍ପକ ପଧାନ ଉପସ୍ଥିତ ରହି କ୍ଳବ୍ ର ସଭ୍ୟ ମାନେ ଶବକୁ ଘରୁ ବାହାର କରି ଶବ ସତ୍କାର କରିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.