ସାମ୍ବାଦିକ ଗୋପାଳ ପାଣିଗ୍ରାହୀଙ୍କ ବିୟୋଗରେ ସ୍ମୃତି ସଭା

0 2

ରାୟଗଡ(ସରୋଜ କୁମାର ସାହୁ ): ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଖେଦାପଡା ଗ୍ରାମର ସାମ୍ବାଦିକ ଗୋପାଳ ପାଣିଗ୍ରାହୀଙ୍କ ତା. ୨୪.୦୪.୨୦୨୧ ରିଖ ମଧ୍ୟରାତିରେ ହୃଦଘାତରେ ପରଲୋକ ଘଟିଛିି । ସେ ବହୁ ଦିନ ଧରି ଅସୁସ୍ଥ ଥିଲେ । ସ୍ୱର୍ଗତ ପାଣିଗ୍ରାହୀ ସାପ୍ତାହିକ ଖବର କାଗଜ ଖୋଲାଫର୍ଦରେ କୋଲନରା ବ୍ଲକ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ । ସ୍ୱର୍ଗତ ପାଣିଗ୍ରାହୀ ଜଣେ ମେଳାପି ବ୍ୟକ୍ତୀ ସହ ସମାଜସେବୀ ଭାବେ ତାଙ୍କର ଅଂଚଳରେ ପରିଚିତ ଥିଲେ । ସ୍ୱର୍ଗତ ପାଣିଗ୍ରାହୀଙ୍କ ବିୟୋଗରେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା, କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କ ଉଲ୍ଲାକା, ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ, ବିଜୁ ସ୍ୱାସ୍ଥ୍ୟ କବ୍ୟାଣ ଯୋଜନା ଉପଦେଷ୍ଟା ସୁଧିର ଦାସ, ପୂର୍ବତନ ଲୋକସଭା ସାଂସଦ ଝିନ ହିକକା, ଜୟରାମ ପାଙ୍ଗି, ରାଜ୍ୟସଭା ସାଂସଦ ପ୍ରତିନିଧି ବାନାଗାଡି ତିରୁପତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଇମ୍ଫା କମ୍ପାନିର ବରିଷ୍ଠ ଲୋକ ସଂପର୍କ ଅଧିକାରୀ ଶକ୍ତୀ ପ୍ରସାଦ ପାଣିଗ୍ରାହୀ, ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ । ଆଜି ସ୍ୱର୍ଗତ ଗୋପାଳ ପାଣିଗ୍ରାହୀଙ୍କ ସ୍ମୃତି ଉଦ୍ୟେଶରେ ଜିଲ୍ଲା ସୂଚନା ଏବଂ ଲୋକସଂପର୍କ ବିଭାଗର କାର୍ଯ୍ୟାଳୟ ଠାରେ  ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା ।  ସ୍ୱର୍ଗତ ଗୋପାଳ ପାଣିଗ୍ରାହୀଙ୍କ ଫୋଟ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜଳନ ସହ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି  ଜ୍ଞାପନ କରାଯାଇଥିଲା ।  ଲୋକସଂପର୍କ ବିଭାଗର ଅବସରପ୍ରାପ୍ତ ସହ-ନିର୍ଦେଶକ ଜଳନ୍ଧର ପୁଷିକା, ସାମ୍ବାଦିକ ବି.କାନ୍ତା ରାଓ, କେ.କେ.ଜେନା, ଗୋପରଂଜନ ବକ୍ସିପାତ୍ର, ଯୋଗେଶ୍ୱର ଦାସ, ରାମଦାଶ ଲିମା, ଦୟାନନ୍ଦ ଖାଡେଙ୍ଗା, ସଂଗ୍ରାମ ପଟନାୟକ, ସରୋଜ ସାହୁ, ମନୋଜ ସାହୁ, ନଳିନୀ ପାଣି, ରାଜେଶ କୁମ୍ଭାର, ଗୁରୁ ସାହୁ, ରଘୁନାଥ ଖାମ୍ବା, ହରିନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଗୋପାଳ ପାଣିଗ୍ରାହୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଜଂଳୀ ଜ୍ଞାପନ କରିଥିଲେ ।    

 

Leave A Reply

Your email address will not be published.