ବରଗଡ଼ :- ବରଗଡ଼ ଜିଲ୍ଲାର ଲୋକପ୍ରିୟ ସମାଜସେବୀ ଅନୁଷ୍ଠାନ ନିଷ୍ଠା ପରିବାର ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆଜି ନିଷ୍ଠା ଭବନ,ଆନ୍ଧ୍ର କେମ୍ପ ,ଖଣ୍ଡହଥା,ବରଗଡ ଠାରେ କରୋନା ମହାମାରୀର ଦ୍ବିତୀୟ ଲହର ରେ ରକ୍ତ ର ଅଭାବ କୁ କିଛିକାଂଶ ରେ ଦୂର କରିବା ପାଇଁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ବିଗତ ଦୁଇଦିନ ଧରି ନିଷ୍ଠା ପରିବାର ର ପ୍ରୟାସ ମୋବାଇଲ ରକ୍ତ ସଂଗ୍ରହ ଭେନ ଦ୍ୱାରା ସର୍ବମୋଟ 63 ୟୁନିଟ ରକ୍ତ ବରଗଡ ରକ୍ତ ଭଣ୍ଡାର ଦ୍ବାରା ସର୍ବମୋଟ ସଂଗୃହୀତ ହୋଇଥିଲା।କରୋନା ଟୀକା ନେବା ପୁର୍ବ ରୁ ରକ୍ତଦାନ କରିବା ପାଇଁ ଯୁବ ଗୋଷ୍ଠୀଙ୍କୁ ସଚେତନ କରିଥିଲା ଟିମ୍ ନିଷ୍ଠା ।ଆଜି ଆୟୋଜିତ ଶିବିରକୁ ଏ ନିଷ୍ଠା ପରିବାର ର ସଭାପତି ରକ୍ଷପାଲ ସାହୁ,ସମ୍ପାଦକ ଅଶ୍ବିନୀ ତ୍ରିପାଠୀ ,କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁ ଏବଂ ସମସ୍ତ ସଦସ୍ଯ ପରିଚାଳନା କରିଥିଲେ। ଗତକାଲି ଆୟୋଜିତ ସ8ବିରକୁ ବରଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଉଦ୍ଘାଟନ କରିଥିବା ବେଳେ , ଯୁବନେତା ରମେଶ ଚନ୍ଦ୍ର ପଣ୍ଡା , ସମାଜସେବୀ ଦିଲୀପ ସାବାଡିଆ , ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ସମସ୍ତ ରକ୍ତ ଦାତା ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି ସଂସ୍ଥାର ସମ୍ପାଦକ ଶ୍ରୀ ଅଶ୍ୱିନୀ ତ୍ରିପାଠୀ
Sign in
Sign in
Recover your password.
A password will be e-mailed to you.