ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟରେ ବନମହୋତ୍ସବ ପାଳିତ 

0

06-07-18-baripada-bana.jpg - 97.89 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟ ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କଲେଜ ପରିସରରେ ରୁଦ୍ରାକ୍ଷ ଓ ଆମ୍ବ ପ୍ରଭୃତି ଚାରା ରୋପଣ କରିବା ସହିତ ଛାତ୍ରଛାତ୍ରୀ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ବୃକ୍ଷରୋପଣ କରିବା ପାଇଁ ଉତ୍ସାହିତ କରିବା ଅବସରରେ “” ବୃକ୍ଷ ହିଁ ଜୀବନ” ଆମ ପାରିପାଶ୍ୱକ ପରିବେଶ ସହିତ ବାୟୁମଣ୍ଡଳରେ ସନ୍ତୋଳନ ରକ୍ଷା କ୍ଷେତ୍ରରେ ବୃକ୍ଷର ଅବଦାନ ଉପରେ ଆଲୋକପାତ କରାଇବା ଯାଇ ବିନା ବୃକ୍ଷରେ ବର୍ଷା ହେବ ନାହିଁ ଏବଂ ବର୍ଷା ନ ହେବା ଫଳରେ ଜୀବଜଗତ ନଷ୍ଟ ହୋଇଯିବ । ଏଣୁ ଛାତ୍ରଛାତ୍ରୀମାନେ କଲେଜ ପରିସରରେ ବୃକ୍ଷ ରୋପଣ କରିବା ସହିତ ନିଜ ଘର ପରିସରରେ ଏବଂ ଗାଁରେ ଗଛ ଲଗାଇବା ପାଇଁ ଶପଥ ନେଇଥିଲେ । କଲେଜର ଅଧ୍ୟକ୍ଷ ପ୍ରଦୀପ ନାୟକ ବୃକ୍ଷ ରୋପଣ କରିବା ସହିତ ବୃକ୍ଷରୋପଣ କର୍ମଶାଳାରେ ବୃକ୍ଷର ଉପକାରିତା ଉପରେ ଆଲୋକପାତ କରିଥିଲେ । ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର ମୀରା ସେନାପତି, କଲେଜର ଉପାଧ୍ୟକ୍ଷା ଶ୍ରୀମତୀ ସଂଘମିତ୍ରା ରାଉତ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ଅଧ୍ୟାପିକା ବିଜୟା ନାୟକ, ତନୁଶ୍ରୀ ପାଣ୍ଡେ ଓ ଅଧ୍ୟାପକ ଗଣେଶ ଚନ୍ଦ୍ର ପରିଡା, ଅଭିିଜିତ ପାତ୍ର, ବିବେକ ବେହେରା, ପଞ୍ଚାନନ ସାହୁ, ବିବୁଧତ୍ତ ଗିରି ଓ ଅମୀର ମଲ୍ଲିକ ପ୍ରମୁଖଙ୍କ ସହିତ ଛାତ୍ରଛାତ୍ରୀମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

 

 

 

Leave A Reply

Your email address will not be published.