ଆସିଲାନି ଆମ୍ବୁଲାନ୍ସ, ରେନିକୋର୍ଟ ପିନ୍ଧି ମୋଟରସାଇକେଲରେ ଡାକ୍ତରଖାନା ଗଲେ କରୋନା ଆକ୍ରାନ୍ତ  ।

0 2

ପଦ୍ମପୁର- ଆମ୍ବୁଲାନ୍ସ ନ ଆସିବାରୁ ବାଧ୍ୟ ହୋଇ ରେନିକୋର୍ଟ ପିନ୍ଧି ମୋଟର ସାଇକେଲ ଯୋଗେ ଡାକ୍ତରଖାନା ଗଲେ କରୋନା ଆକ୍ରାନ୍ତ  । ଏଭରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଲିଛି ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ସର୍ଗିବାହାଲ ପଂଚାୟତ ଇଛାପାଲି ଗ୍ରାମରେ ।

ଏହି ଗ୍ରାମର ୨୭ ବର୍ଷିୟ ଯୁବକ ଆଠ ଦିନ ଫୁର୍ବରୁ କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇ ଘରେ ସଂଗରୋଧରେ ଥିଲେ। କିନ୍ତୁି ସେ ହଠାତ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକ ତାଙ୍କୁ ପଦ୍ମପୁର ଡାକ୍ତରଖାନାକୁ ଆଣିବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଆମ୍ବୁଲାନ୍ସକୁ ଫୋନ କରିବାର ଦୀର୍ଘ ତିନି ଘଂଟା ବିତି ଯାଇଥିଲେ ମଧ୍ୟ ଆମ୍ବୁଲାନ୍ସ ଆସିନଥିଲା  । ପୁଅର ଅସୁସ୍ଥତାକୁ ଦେଖି ତାଙ୍କ ବାପା ଆଉ ଜଣେ ସମ୍ପର୍କୀୟଙ୍କ ସହ କୌଣସି ସାଧନ ନଥିବା କାରଣରୁ ରେନିକୋର୍ଟ ପିନ୍ଧାଇ ମୋଟରସାଇକେଲରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା କରାଇଥିଲେ ।  କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ସୁବିଧା ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଆମ୍ବୁଲାନ୍ସର ବ୍ୟବସ୍ଥା ଥାଇ ମଧ୍ୟ ବାରମ୍ବାର ଅବିଯୋଗ ସତ୍ୱେ ମଧ୍ୟ ଏପରି ଘଟଣା ଘଟିବା ବର୍ତମାନ ଚର୍ଚାର ବିଷୟ  । ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଲିପାରି ନାହିଁ  ।

Leave A Reply

Your email address will not be published.