ପାଇକମାଲ(ଶାସକପ୍ରଶାସକ)- ବର୍ତ୍ତମାନ କରୋନାର ଦ୍ବିତୀୟ ଲହର ସମଗ୍ର ରାଜ୍ୟରେ କାୟା ବିସ୍ତାର କରି ଚାଲିଛି । ଏହା ଦ୍ବାରା ବହୁ ଲୋକ ଆକ୍ରାନ୍ତ ହେଉଛନ୍ତି । ଆକ୍ରାନ୍ତ ମଧ୍ୟରେ ବହୁ ଗରିବ ଅସହାୟ ଲୋକମାନେ ମଧ୍ୟ ରହିଛନ୍ତି,ଯେଉଁମାନେ କରୋନା ଆକ୍ରାନ୍ତ ହେବା ପରେ ସେମାନେ ଘରୋଇ ସଙ୍ଗରୋଧରେ ରହୁଛନ୍ତି । ଏହା ଦ୍ବାରା ତାଙ୍କ ପରିବାର ପୋଷଣରେ ବହୁ ଅସୁବିଧା ହେଉଥିବା ଦେଖିବାକୁ ମିଲୁଛି । ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଯୁବ ଜନତା ଦଳ ପାଇକମାଲ ବ୍ଳକ ସଭାପତି ଗୌତମ ସିଂ ପାଇକମାଲ ବ୍ଳକ ଟେମରୀ ପଞ୍ଚାୟତ ଟେମରୀ ଗ୍ରାମର ଆଠ କରୋନା ଆକ୍ରାନ୍ତ ପରିବାରକୁ ଶୁଖିଲା ଖାଦ୍ୟ ସହାୟତା ପୂର୍ବକ ପ୍ରଦାନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post