୧୫-୦ରେ ହାରିଲେ ସୌମ୍ୟ : ଗଲା ସରପଞ୍ଚ ପଦବୀ 

0 3

ନୟାଗଡ଼/ବିଶ୍ୱଜିତ ନାୟକ: ଅନାସ୍ଥା ପ୍ରସ୍ତାବରେ ଆସ୍ଥା ହରାଇଛନ୍ତି ନୟାଗଡ଼ ଜିଲ୍ଲା ସଦର ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ବିବାଦୀୟ ତଥା ଚର୍ଚିତ ସରପଞ୍ଚ ସୌମ୍ୟରଂଜନ ପ୍ରଧାନ |  ସୌମ୍ୟ  ପଞ୍ଚାୟତରେ ମନମୁଖୀ କାମ କରୁଥିବା ଅଭିଯୋଗ ଉପରେ  ଆସିଥିବା ଅନାସ୍ଥା ପ୍ରସ୍ତାବରେ ପରାଜିତ ହୋଇ  ହରାଇଲେ ପଦବୀ ଆଜି | କେହି ଜଣେ ବି  ୱାର୍ଡ ସଭ୍ୟ ଭୋଟ ଦେଇନଥିଲେ ସୌମ୍ୟଙ୍କ ସପକ୍ଷରେ |  

ସୂଚନା ଅନୁଯାୟୀ, ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା । ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ବିରୋଧରେ ପଞ୍ଚାୟତର ଏକ ତୃତୀୟାଂଶରୁ ଅଧିକ ସଭ୍ୟ ଓ ସଭ୍ୟା ଅନାସ୍ଥା ପ୍ରସ୍ତାବ ଦେଇଥିଲେ । ଅନାସ୍ଥା ପ୍ରସ୍ତାବ ନେଇ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଏକ ତୃତୀୟାଂଶରୁ ଅଧିକ ସଭ୍ୟ ଓ ସଭ୍ୟାଙ୍କ ସ୍ବାକ୍ଷରିତ ଦାବି  ପତ୍ର ନୟାଗଡ଼ ଉପଜିଲ୍ଲାପାଳଙ୍କ ହସ୍ତଗତ କରାଯାଇଥିଲା । ତାପରେ ଉପଜିଲ୍ଲାପାଳଙ୍କ ପକ୍ଷରୁ march ୩୦ ତାରିଖରେ ଏଥିନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଆଜି  ଅନାସ୍ଥା ପ୍ରସ୍ତାବ ଉପରେ ଗ୍ରାମ ପଞ୍ଚାୟତ ଆଇନ ୧୯୬୪ର ଧାରା ୨୪ ଅନୁସାରେ ବୈଠକ ବସିବା ସହିତ ଭୋଟିଂ ହୋଇଥିଲା। ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅଫିସରେ ଏହି ବୈଠକ ଓ ଭୋଟିଂ ହୋଇଥିଲା। ଏହି ଭୋଟିଂରେ ସମସ୍ତ ୧୫ ଜଣ ୱାର୍ଡ ସଭ୍ୟ ସୌମ୍ୟଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲେ | 

Leave A Reply

Your email address will not be published.