ମାତିଛନ୍ତି ଅନଲାଇନ ଲୁଟେରା, ଡିଷ୍ଟ୍ରିବ୍ୟୁଟରସିପ ଦେବା ଆଳରେ ୧୦ ଲକ୍ଷ ଠକେଇ

0 3

ଗୁଗଲରୁ ଦେଖି କରିଥିଲେ ଯୋଗାଯୋଗ

ବାରିପଦା, (ଦିଲ୍ଲୀପ ମହାନ୍ତି) :- ପୁଣିଥରେ ଅନଲାଇନ ଲୁଟେରାଙ୍କ ଶିକାର ହୋଇଛନ୍ତି ବାରିପଦାର ଜଣେ ବ୍ୟବସାୟୀ। ହିମାଳୟ ହର୍ବାଲ ହେଲଥ କେୟାର ନାମକ ଏକ ସଂସ୍ଥା ର ମୟୂରଭଂଜ ଜିଲ୍ଲାର ଡିଷ୍ଟ୍ରିବୁଟରସିପ ଦେବା ଆଳରେ ୧୦ ଲକ୍ଷ ଠକି ନେଇଛନ୍ତି ଦୁର୍ବୁର୍ତ୍ତ। ବାରିପଦା ସହର ୱାର୍ଡ ୧୦ ଡି ଏସ ଆସୋସିଏଟସ ମ୍ୟାନେଜିଙ୍ଗ ପାର୍ଟନର ତାପସ କୁମାର ଦାସ ଏପରି ଠକାମୀ ର ଶିକାର ହୋଇଛନ୍ତି। ଅନଲାଇନରେ  ଉକ୍ତ ସଂସ୍ଥାର ବିଭିନ୍ନ ଜିଲ୍ଲା ନିମନ୍ତେ ଏଜେନ୍ସି ଆବଶ୍ୟକତା ଥିବା ଜାଣିବାକୁ ପାଇ ତାପସ ଯୋଗାଯୋଗ କରିଥିଲେ। ପ୍ରଥମେ ଅଂଶୁମାନ ସାହୁ ପରେ ଆୟୁଷ ପଟେଲ ଏବଂ ସୁରେଶ ତ୍ରିପାଠୀ ତାପସଙ୍କ ସହିତ ଫୋନ ଜରିଆରେ କଥା ହୋଇ ଡିଷ୍ଟ୍ରିବୁଟରଷିପ ନିମନ୍ତେ ପ୍ରଥମେ ୩୫ ହଜାର ଏବଂ ପରେ ୧୦ ଲକ୍ଷ ଟଙ୍କା ହିମାଳୟ ଗ୍ଲୋବାଲ ହୋଲଡିଂ ଲିମିଟେଡ଼ ନାମକ କମ୍ପାନୀ ଆକାଉଣ୍ଟ ରେ ଜମା କରିବାକୁ କହିଥିଲେ। ଚଳିତ ବର୍ଷ ଫେବ୍ରୁଆରୀ ମାସରେ ତାପସ ପର୍ୟାୟକ୍ରମେ ମୋଟ ୧୦ ଲକ୍ଷ ୩୫ହଜାର ୧୬୪ ଟଙ୍କା ଜମା କରିଥିଲେ। ମାତ୍ର ୧୦ ଲକ୍ଷ ଜମା କଲା ପରେ ୨୦ ଲକ୍ଷ ର ସାମଗ୍ରୀ ଦେବାର ପ୍ରତିଶ୍ରୁତି ଦେଇଥିବା ସଂସ୍ଥା ପକ୍ଷରୁ ଆଉ କୌଣସି ଯୋଗାଯୋଗ କରାଯାଇନଥିଲା। ଏପରିକି ତାପସଙ୍କ ଫୋନ ମଧ୍ୟ କେହି ରିସିଭ କରୁନାହାନ୍ତି। ଏଣୁ ବାଧ୍ୟ ହୋଇ ସେ ଆଜି ବାରିପଦା ଟାଉନ ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ଏପରି ଠକାମୀ କୁ ନେଇ ସମସ୍ତେ ସତର୍କ ରହିବାକୁ ଆଇଆଇସି ବୀରେନ୍ଦ୍ର ସେନାପତି ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.