ପୋଲିସ ପକ୍ଷରୁ ବରିଷ୍ଠ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କୁ ମାସ୍କ ବଣ୍ଟନ ଓ ସଚେତନତା

0 3

ବୁଗୁଡା (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ପୋଲିସ କେବଳ ଅପରାଧୀ ମାନଙ୍କୁ ଗିରଫ କରି କେଶ ରୁଜୁ କରିବା କାର୍ଯ୍ୟ କରୁନାହାଁନ୍ତି, ଆମର ଜୀବନର ସୁରକ୍ଷା ଓ ସୁରକ୍ଷିତ ପାଇଁ ମଧ୍ୟ କାର୍ଯ୍ୟ କରୁଛନ୍ତି, ଏହା ଏପ୍ରିଲ ୧୯ ତାରିଖ ଦିନ ବୁଗୁଡା ପୋଲିସ ପ୍ରମାଣ କରି ଦେଖାଇଛନ୍ତି। ବିଭିନ୍ନ ଗଣ ମାଧ୍ୟମ ରୁ ଜଣା ପଡ଼ିଛି ଯେ ଯୁବପିଢି ଓ ବରିଷ୍ଠ ନାଗରିକ ବହୁ ସଂଖ୍ୟକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ବୁଗୁଡା ପୋଲିସ ପକ୍ଷରୁ ସୋମବାର ଦିନ ବରିଷ୍ଠ ନାଗରିକଙ୍କ ସମେତ ଛାତ୍ରଛାତ୍ରୀ ମାନଙ୍କୁ ମାସ୍କ ବଣ୍ଟନ ସହ କରୋନା ର ଦ୍ଵିତୀୟ ଲହରର ସଂକ୍ରମଣ ସମ୍ପର୍କରେ ସଚେତନତା କରିଛନ୍ତି। ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରାଙ୍କ ନେତୃତ୍ୱରେ ଅନ୍ୟାନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀ ବୃନ୍ଦ ବୁଗୁଡାକୁ ସଂଯୋଗ ହୋଇଥିବା ତିନି ମୁଖ୍ୟ ରାସ୍ତା ଓ ଜନଗହଳି ଛକରେ ରହି ବରିଷ୍ଠ ନାଗରିକ ଓ ଛାତ୍ରଛାତ୍ରୀ ମାନଙ୍କୁ ମାସ୍କ ବାଣ୍ଟି ସର୍ବଦା ମାସ୍କ ବ୍ୟବହାର କରିବା ପାଇଁ ପରାମର୍ଶ ପ୍ରଦାନ କରିବା ସହ ସାମାଜିକ ଦୂରତା ବଜାୟ ରଖିବା, ହାତକୁ ବାରମ୍ବାର ସାବୁନ ଦ୍ୱାରା ସଫା କରିବା, କରୋନା ଲକ୍ଷଣ ଦେଖାଦେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବା, ଅନ୍ୟ ରାଜ୍ୟରୁ କେହି ନିଜ ଅଞ୍ଚଳକୁ ଆସିଲେ ଅବଗତ କରାଇବା ପ୍ରଭୃତି ବିଷୟ ନେଇ ଜନସଚେତନତା ସୃଷ୍ଟି କରୁଥିବା ଦେଖିବାକୁ ମିଳିଥିଲା। ପୋଲିସ ବାହିନୀର ଏହି ପ୍ରକାର ପଦକ୍ଷେପକୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.