ଟିଟିଲାଗଡ ( ଗୌରବ ଦର୍ଜୀ ): ମହାମାରୀ କରୋନା ର ଭୟାବହତା କୁ ନେଇ ଛତିଶଗଡ ରାଜ୍ୟ ସୀମାନ୍ତ ଅଞ୍ଚଳ କୁ ଲାଗି ରହିଥିବା ଅଞ୍ଚଳ ଗୁଡ଼ିକ ରେ ରାତ୍ରୀକାଳୀନ କର୍ଫ୍ୟୁ ସଂଧ୍ୟା ୬ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ଜାରି କରାଯାଇଥିବା ବେଳେ ପ୍ରତି ଶନିବାର ଏବଂ ରବିବାର ଦୁଇ ଦିନ ଧରି ସପ୍ତାହନ୍ତ ସଟଡାଉନ ଘୋଷଣା କରାଯାଇଛି। ଆଜି ମହାମାରୀ କରୋନା ର ଦ୍ଵିତୀୟ ଲହରୀ ର ପ୍ରଥମ ସଟଡାଉନ ରେ ଟିଟିଲାଗଡ଼ ସହର ରେ ବର୍ତମାନ ପର୍ଯ୍ୟନ୍ତ ଟିଟିଲାଗଡ଼ ସହରରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୯୧ ରହିଥିବା ବେଳେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ସୂଚନା ରହିଛି। ଦ୍ଵିତୀୟ ଲହରୀ ର ପ୍ରଥମ ସଟ ଡାଉନ୍ ର ପ୍ରଥମ ଦିନ ରେ ଆଜି ଟିଟିଲାଗଡ଼ ସହର ର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଔଷଧ ଦୋକାନ , ପେଟ୍ରୋଲ ପମ୍ପ ବ୍ୟତୀତ ଅନ୍ୟ ସବୁ ଦୋକାନ ବନ୍ଦ ରହିଛି। ରାସ୍ତା ଘାଟ ଶୁନଶାନ୍ ହୋଇ ପଡିଛି। ଡ଼ାକବାଜି ଯନ୍ତ୍ର ଯୋଗେ ଟିଟିଲାଗଡ ପ୍ରଶାସନ ତରଫରୁ ଘୋଷଣା କରି ଅତି ଜରୁରୀ ନ ହେଲେ ଘରୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି। ଜରୁରୀକାଳୀନ ସମୟ ରେ ଘରୁ ବାହାରକୁ ବାହାରିଲେ ମୁହଁ ରେ ମାକ୍ସ ଏବଂ ସାମାଜିକ ଦୂରତା ପାଳନ କରିବା ପାଇଁ ସଚେତନ କରାଯାଇଛି। ଜରୁରୀ କାଳୀନ ସେବା କୁ ବାଦ ଦେଇ ବାକି ସମସ୍ତ ସାମଗ୍ରୀ ବନ୍ଦ ରହିଛି। ସହର ର ବିଭିନ୍ନ ଛକ ରେ ପୋଲିସ ରହି ଲୋକଙ୍କୁ ସଚେତନ କରିବା ସହ ଜରୁରୀ କାମ ନ ଥିଲେ ଘରକୁ ଯିବା ପାଇଁ କହୁଥିବା ଦେଖିବାକୁ ମିଳିଥିଲା।
Sign in
Sign in
Recover your password.
A password will be e-mailed to you.
Next Post