କୋଭିଡ ନିୟମ ପାଳନ ନିମନ୍ତେ ବିଭନ୍ନ ଶିଳ୍ପ ସଂସ୍ଥା  ସହିତ ବୈଠକ କଲେ ଜିଲ୍ଲାପାଳ l

0 3

ରାୟଗଡ/ସରୋଜ କୁମାର ସାହୁ:- କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା  ଦିନକୁ ଦିନ ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ଓ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଶିଳ୍ପ ସଂସ୍ଥାରେ   କୋଭିଡ୍ ସୁରକ୍ଷା ନିୟମକୁ କଡାକଡି  ଭାବେ ପାଳନ କରlଯିବ l ଏଥି ପାଇଁ  ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର  ବିଭିନ୍ନ ଶିଳ୍ପ ସଂସ୍ଥା  ସହିତ ବୈଠକ ଡାକି କୋଭିଡ ନିୟମ କଡାକଡି ଲାଗୁ କରିବା ନିମନ୍ତେ କର୍ମକର୍ତ୍ତଙ୍କ ସହିତ ଆଲୋଚନା କରିଥିଲେ l ଏହି ବୈଠକରେ ଶିଳ୍ପ ସଂସ୍ଥା ଯଥା  ଜେକେ ପେପର ମିଳ, ଉତ୍କଳ ଆଲୁମିନା, ଇମ୍ଫା ଥେରୁବାଲି ଓ ଏଚପିସିଏଲ  ପିତାମହଲ ର କର୍ମକର୍ତ୍ତା ସହିତ  ଆଲୋଚନା କରିଥିଲେ  l

ଏହି ବୈଠକରେ ମୁଖ୍ୟତଃ ଶିଳ୍ପାଞ୍ଚଳରେ ମାସ୍କ, ସାନିଟାଈଜର ବ୍ୟବହାର ତଥା ସାମାଜିକ ଦୂରତା ବଜାୟ ରଖି କୋଭିଡ ପ୍ରତକୋଲକୁ କଡାକଡି ଭାବରେ ପାଳନ କରି ଶ୍ରମିକ ଓ ବାହାର ଆସୁଥିବା ଲୋକମାନଙ୍କୁ ସୁରକ୍ଷା ଦେବନିମନ୍ତେ  ଜିଲ୍ଲାପାଳ ଶ୍ରୀ ମିଶ୍ର ଗୁରୁତ୍ୱ ଦେଇଥିଲେ l ଏହି ବୈଠକରେ ଜେକେ ପେପର ମିଲର ଉପସଭାପତି ପାଣ୍ଡେ, ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ସୁନୀଲ କୁମାର ନାଥ, ଇମ୍ଫା ଥେରୁବାଲିର, ଡିଜେଏମ କଳଳ କୁମାର ନାଏକ, ଉପସଭାପତି କେଭି ରାଓ, ଶକ୍ତି ପ୍ରସାଦ ପାଣିଗ୍ରାହୀ, ଉତ୍କଳ ଆଲୁମିନା, ଡୋରାଗୁଡାର ମୁଖ୍ୟ ମେଜର ବେଗ ଓ ଏଚପିସିଏଲ ପିତାମହଲର ଅଧିକାରୀ ମାନେ ଯୋଗଦାନ କରିଥିଲେ l

Leave A Reply

Your email address will not be published.