ପୋଲସରା ( ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଓଡ଼ିଶାର ବୀରପୁତ୍ର ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ବାବୁଙ୍କ ୨୪ ତମ ଶ୍ରାଦ୍ଧ ବାର୍ଷିକ ଦିବସରେ ପୋଲସରା ବସଷ୍ଟାଣ୍ଡ ଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାପରେ ଶ୍ରାଦ୍ଧ ଦିବସ ଉପଲକ୍ଷେ ବ୍ଳକ ସଭାପତି ସୁରେନ୍ଦ୍ରନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜନ କରାଯାଇ ବିଜୁ ବାବୁଙ୍କ ବୀରତ୍ବ ଓ ଓଡ଼ିଶା ପ୍ରତି ଅବଦାନ ବିଷୟରେ ନେତୃମଣ୍ଡଳୀ କକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ପୋଲସରା ବିଧାୟକ ଶ୍ରୀ ସାହୁ ଓ ଅନ୍ୟମାନେ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ରୋଗୀ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରି ବିଜୁବାବୁଙ୍କ ନୀତି ଓ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ସମସ୍ତ ଙ୍କୁ ପରାମର୍ଶ ଦେଇଥିଲେ। କରୋନା ସମୟରେ ସୁରକ୍ଷିତ ଜୀବନ ଯାପନ ସହ ମାସ୍କ୍ , ସାମାଜିକ ଦୂରତା, ସାନିଟାଇଜର ଓ ଅତି ଆବଶ୍ୟକ ସ୍ଥଳେ ଘରୁ ବାହାରିବାଲେ ମାସ୍କ ପିନ୍ଧିବା ପାଇଁ ଲୋକଙ୍କୁ କହିଥିଲେ। ଏନ୍ଏସି ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫୁଲ୍ଲ ପ୍ରଧାନ, ବ୍ଳକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷ ସଂଯୁକ୍ତା ବାଡତ୍ଯା, ସମିତି ସଭ୍ଯା ଝୁନୁ ଦାସ, ସମ୍ପାଦକ ଅଶୋକ ବିଷୋୟୀ, ନଗର ସଭାପତି ରଞ୍ଜିତ ସାହୁ, ନଗର ଯୁବ ସଭାପତି ସନ୍ତୋଷ ବେହେରା, ଆଇନଜୀବୀ ସତ୍ଯନାରାୟଣ ପ୍ରଧାନ, କୋଷାଧ୍ୟକ୍ଷ ପ୍ରତାପ ପ୍ରଧାନ, ଜିଲ୍ଲା ଯୁବ ବିଜେଡି ସଭାପତି ସୁକାନ୍ତ ଭୂୟାଁ, ଯୁବ ବିଜେଡି ସଭାପତି ସୁଶାନ୍ତ କୁମାର ପୋଲଇ, ଘନଶ୍ୟାମ ଦାସ, ଚନ୍ଦ୍ରଭାନୁ ସାହୁ, ସପନେଶ୍ବର ପାତ୍ର, ସୁଜିତ ବିଷୋୟୀ, ସୁଶିତ ସାହୁ ସମେତ ସମସ୍ତ ସରପଞ୍ଚ ଓ ସମିତିସଭ୍ଯ ସହିତ ବହୁ ବିଜୁପ୍ରେମି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.