ବରଗଡ଼ : ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ରାଜ୍ୟ ସରକାର ପାନୀୟ ଜଳ ଯୋଗାଣକୁ ବିଶେଷ ଗୁରୁତ୍ୱ ଦେଇ ତତସମ୍ବନ୍ଧୀୟ ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି. ଏଥିନିମନ୍ତେ ଏକ ଟୋଲଫ୍ରି ନମ୍ବର ମଧ୍ୟ ଜାରି କରିଛନ୍ତି ଯାହାକି ଅନେକ ସମୟରେ ଲାଗୁନଥିବା ଅଭିଯୋଗ ହେଉଛି | ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ପୁଞ୍ଜିପଥର ଛକରେ ବାସକରନ୍ତି ପ୍ରାୟ ୪୦ ପରିବାର | ଅଂଚଳର ମୁଖ୍ୟ ଛକ ହୋଇଥିବାରୁ ଏଠାରେ ପ୍ରତିଦିନ ଶହଶହ ଲୋକଙ୍କ ଭିଡ଼ ଜମିଥାଏ | କିନ୍ତୁ ଦୁଃଖଦ ବିଷୟ ଯେ ଏପର୍ଯ୍ୟନ୍ତ ପୁଞ୍ଜିପଥର ଛକରେ ପାନୀୟ ଜଳ ଯୋଗାଣ ନିମନ୍ତେ କୌଣସି ସୁବିଧା କରାଯାଇନାହିଁ | ମୁଖ୍ୟ ଛକରେ ଏକ ନଳକୂପ ରହିଛି ଯାହାର ପାଣି ଲୁଣିଆ ହୋଇଥିବାରୁ ପିଇବା ଯୋଗ୍ୟ ହେଇପାରୁନାହିଁ | ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏହି ସମସ୍ୟାର ସମାଧାନ ପାଇଁ କିଛିଦିନ ପୂର୍ବରୁ ଏକ ନଳକୂପ ଖନନ କରାଯାଇଛି | କିଂତୁ ସେଥିରେ ହ୍ୟାଣ୍ଡ ପମ୍ପ ଲଗାଯାଇ ନଥିବାରୁ ଲୋକେ ପିଇବା ପାଣିପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏନେଇ ତୁରନ୍ତ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ହସ୍ତକ୍ଷେପ କରି ତୁରନ୍ତ | ନଳକୂପ ଲୋକଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବା ପାଇଁ ସ୍ଥାନୀୟ ଅଧିବାସୀ ଦାବୀ କରିବା ସଙ୍ଗେ ସଙ୍ଗେ ପରବର୍ତ୍ତୀ ସମୟରେ ପାଇପ ଜଳଯୋଗାଣ କରିବା ପାଇଁ ଅନୁରୋଧ କରିଛନ୍ତି.
Sign in
Sign in
Recover your password.
A password will be e-mailed to you.