ଆହା ରେ ଆମ ବିକାଶ , ଝର ପାଣିରେ ମେଣ୍ଟୁଛି ଶୋଷ..

0 3

ପୁରୁଣା ନିଲିଗୁଡା ଗ୍ରାମବାସୀଙ୍କ ପାଇଁ  ଝର ପାଣି ଭରସା 

ମାଲକାନଗିରି/(ବି ଶ୍ରୀନିବାସ ପାତ୍ର) :  ମନୁଷ୍ୟ  ବଞ୍ଚିବା ପାଇଁ ଜଳର ନିତ୍ୟାନ୍ତ ଆବଶ୍ୟକତା ରହିଥାଏ l ସ୍ୱାଧୀନତାର ଦୀର୍ଘ ୭୫ ବର୍ଷ ପରେ ମଧ୍ୟ ପାନୀୟ ଜଳ ପାଇଁ ସଂଘର୍ଷ ଆଜି ପଯ୍ୟନ୍ତ ଜାରି ରହିଛି l ମାଲକାନଗିରି ଏକ ପଛୁଆ ଅଂଚଳ ଭାବେ ରାଜ୍ୟରେ ପରିଗଣିତ ହେଉଥିବା ବେଳେ ନାନାଦି ସମସ୍ୟା ମାନ ଦେଖା ଦେଉଅଛି l   ସେଥିମଧ୍ୟରୁ ପାନୀୟ ଜଳର ଅଭାବ ସବୁଠୁ ଆଗରେ । ସରକାରୀ ସ୍ତରରେ ପାନୀୟ ଜଳ ନିମନ୍ତେ ବସୁଧା ଯୋଜନା, ସୌରଚାଳିତ ଟ୍ୟାଙ୍କ ଭଳି ଯୋଜନା ଚାଲୁ ରହିଥିଲେ ମଧ୍ୟ ତାହାର ସୁଫଳ ପାଇପାରୁ ନାହାନ୍ତି ବହୁତ ଗ୍ରାମବାସୀ । ମାଲକାନଗିରି ଜିଲ୍ଳା ପଡ଼ିଆ ବ୍ଲକ ଅନ୍ତର୍ଗତ ନିଲିଗୁଡା ପଂଚାୟର ପୁରୁଣା ନିଲିଗୁଡା ଗ୍ରାମରେ ଏହି ଭଳି ଏକ ସମସ୍ୟା ପରିଲକ୍ଷିତ ହେଉଛି l ଏହି ଗ୍ରାମରେ ୭୦ ରୁ ଉର୍ଦ୍ଧ ପରିବାର ତଥା ୩୦୦ ଲୋକ ବସବାସ କରନ୍ତି l ପାନୀୟ ଜଳ ସକାଶେ ୬ ଟି ନଳକୂପ ଥିବା ବେଳେ ସେଥିରୁ ୪ଟି ଅଚଳ ଏବଂ ୨ଟି ରୁ ଲୌହଯୁକ୍ତ ପାନୀୟ ଅନୁପଯୋଗୀ ପାଣି ବାହାରୁଥାଏ ଯାହା ଦ୍ୱାରା ଗ୍ରାମବାସୀ ମାନେ ଲୌହ ଯୁକ୍ତ ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହୁଅନ୍ତି l ତେଣୁ ବାଧ୍ୟ୍ୟ ହୋଇ ଗ୍ରାମ ଠାରୁ ୩କିଲୋମିଟର ଦୂରରେ ଥିବା ନାଳରେ ଗାଧୁଆ, ଲୁଗା ସଫା,ବାସନ ମଜା କରିବା ସହ ନିକଟସ୍ଥ ଝରରୁ ପିଇବା ଓ ରୋଷେଇ ପାଇଁ ପାଣି ସଂଗ୍ରହ କରନ୍ତି l ଏହି ବାବଦରେ ସ୍ଥାନୀୟ ସରପଞ୍ଚ ଶ୍ରୀ ବୁଦ୍ରା କର୍ତାମି ଙ୍କୁ ପଚାରିବାରୁ ସେ ଏହି ସମସ୍ୟା ବିଷୟରେ ଅବଗତ ଏବଂ ପୂର୍ବରୁ ଜଳର ନମୁନା ବ୍ଲକ ଅଧିକାରୀ ଙ୍କ ମାଧ୍ୟମରେ ପରୀକ୍ଷଣ ପାଇଁ ପଠାଯିବା ସହ ଏହାର ପ୍ରତିକାର କରିବା ପାଇଁ ପ୍ରତିଶୃତି ଦେଇଥିଲେ l ତତ୍ ସଙ୍ଗେ ସଙ୍ଗେ ପୂର୍ବତନ ବିଧାୟକ ଶ୍ରୀ ମାନସ ମାଡ଼କାମୀ ଙ୍କୁ ଗ୍ରାମବାସୀ ସରପଞ୍ଚଙ୍କ ମାଧ୍ୟମରେ ଲିଖିତ ଭାବରେ ଜଣାଇ ଥିଲେ ମଧ୍ୟ ଆଜି ସୁଦ୍ଧା ଏହାର କୌଣସି ପ୍ରତିକାର ହୋଇପାରି ନାହିଁ l ଯାହା ଦ୍ୱାରା ଗ୍ରାମବାସୀ ମାନେ ବାଧ୍ୟ୍ୟ ହୋଇ ଗଣମାଧ୍ୟମ ଦ୍ୱାରା ପାନୀୟ  ଜଳର ଚାହିଦା ମେଣ୍ଟାଇବା ପାଇଁ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି l

Leave A Reply

Your email address will not be published.