ସମ୍ବଲପୁର(ରମାକାନ୍ତ ବିଶ୍ୱାଳ) : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ରବିବାର ପଠାଣି ସାମନ୍ତ ଗଣିତ ପ୍ରତିଭା ଓ ସରକାରୀ ମେଧାବୃତ୍ତି ପରିକ୍ଷାରେ କୃତିତ୍ବ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପରିଚାଳନା ସମିତିର ସଭାପତି ରାଜିବ ମିଶ୍ରଙ୍କ ସଭାପତିତ୍ବ ଓ ପ୍ରଧାନ ଆଚାର୍ଯ୍ୟ ଧବଲେଶ୍ବର ଗୁରୁଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଝାଙ୍କର ପାଲି ଚୌଧୁରୀ ଗୋପ କୁମାରୀ ହାଇସ୍କୁଲର ସହକାରୀ ଶିକ୍ଷକ ଅକ୍ଷୟ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ଷଷ୍ଠ ଶ୍ରେଣୀ ପଠାଣି ସାମନ୍ତ ଗଣିତ ପ୍ରତିଭା ପରିକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସ୍ବରିତ ଶେଖର ମିଶ୍ର, ସତ୍ୟମ ଭୋଇ,ପ୍ରଜ୍ଞାମୟୀ ବିଶ୍ବାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହା ସହିତ ସରକାରୀ ବୃତ୍ତି ପରିକ୍ଷାରେ ଉତ୍ତୀର୍ଣ୍ଣ ୩ୟ ଶ୍ରେଣୀର ସୁନିତା ବରିହା,ପ୍ରିୟମଦା ନାଥ,ଭୁଭବ ଶ୍ରୀମହନ୍ତ ଏବଂ ୫ମ ଶ୍ରେଣୀ ବୃତ୍ତି ପରିକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସୁରଜ କୁମାର ମେହେର,ସିଦ୍ଧି ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ପରିଚାଲନା ସମିତିର ସଂପାଦକ ସରୋଜ ବିଶୋଇ, ଯୁଗ୍ମସଂପାଦକ ଜଗଦିଶ ପୂଜାରୀଙ୍କ ପରିଚଳନାରେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାଁ ଉପସ୍ଥାପିତ ଥିଲେ।
Sign in
Sign in
Recover your password.
A password will be e-mailed to you.