ଗୁମର ଖୋଲିଲେ ଭିମସାର ଅଧ୍ୟକ୍ଷ : ରୋଚକ ମୋଡ ନେଉଛି ହାଇଦର ପ୍ରକରଣ

0 2

ସମ୍ବଲପୁର(ରମାକାନ୍ତ ବିଶ୍ୱାଳ) : ଗ୍ୟାଙ୍ଗଷ୍ଟର  ହାଇଦର ଫେରାର ଘଟଣାର ଆସିଛି ରୋଚକ ମୋଡ଼। ବୁର୍ଲା ଭୀମସାରକୁ ଗତ ବର୍ଷ ଡିସେମ୍ବର ମାସ 15 ତାରିଖରେ ଚିକିତ୍ସା ପାଇଁ ଆସିଥିଲେ। 2020 ମସିହାରେ ଶେଷଥର ପାଇଁ ଭୀମସାର ଆସିଥିଲେ। ହାଇଦରକୁ କେବଳ ମୌଖିକ ଭାବେ ଅନ୍ୟ ମେଡିକାଲକୁ ଯିବା ପାଇଁ କୁହାଯାଇଥିଲା। ଭିମସାରରୁ ରେଫର ହୋଇ ଏସ୍ସିବି ଯାଇଛନ୍ତି ବୋଲି ଯାହା କୁହାଯାଉଛି ତାହାର କୌଣସି ପ୍ରମାଣ ବା ରେକର୍ଡ ନାହିଁ ବୋଲି କହିଛନ୍ତି ଭିମସାର ଅଧ୍ୟକ୍ଷ | ଯେହେତୁ ଭୀମସାରରେ ପ୍ଲାଷ୍ଟିକ ସର୍ଜରୀର କୌଣସି ସୁବିଧା ନାହିଁ ସେଥିପାଇଁ କେବଳ ଆଉଟଡୋର ଟିକେଟ ନେଇ ସେ ଅନ୍ୟ ମେଡିକାଲକୁ ଯାଇଥିବେ ବୋଲି ଭୀମସାର ଅଧ୍ୟକ୍ଷ କହିଛନ୍ତି।

Leave A Reply

Your email address will not be published.