ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏସଟି,ଏସ୍ ସି  କର୍ମଚାରୀ ସଂଘର ପ୍ରତିଷ୍ଠା ଦିବସ।

0 2

ସମ୍ବଲପୁର(ରମାକାନ୍ତ ବିଶ୍ୱାଳ)  ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏସଟି ,ଏସ୍ ସି  କର୍ମଚାରୀ ସଂଘର  ୩୧ ତମ ପ୍ରତିଷ୍ଠା ଦିବସ ପାଲିତ ହୋଇଯାଇଛି । ଏଥିସହ କର୍ମଚାରୀ ସଂଘ ପକ୍ଷରୁ ମହାତ୍ମା ଜ୍ୟୋତିବା ଫୁଲେ ଙ୍କର ୧୯୪ ତମ ଜୟନ୍ତୀ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର କୂଳପତି ପ୍ରପେସର ସଞ୍ଜୀବ ମିତ୍ତଲ ଯୋଗଦେଇ ମହାତ୍ମା ଜ୍ୟୋତିବା ଫୁଲେ ଙ୍କର ଜୀବନି ଉପରେ ଆଲୋକପାତ କରିବା ସହ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ସବୁ ଏସଟି ,ଏସ୍ ସି  କର୍ମଚାରୀ ସଂଘର ସଭ୍ୟ ମାନେ ବିଶ୍ୱବିଦ୍ୟାଳୟ କୁ ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ରେ ପରିଗଣିତ କରିବାରେ ସହଯୋଗ କରିବାକୁ ଆହ୍ନାନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ରେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, କର୍ମଚାରୀ ସଂଘର ମୁଖ୍ୟ ଉପଦେଷ୍ଟା  ନିହାଲ ସିଂହ ଙ୍କ ସମେତ ବହୁ କର୍ମଚାରୀ ସଂଘର ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ ।

 

Leave A Reply

Your email address will not be published.