ଆଦିମ ଅଧିବାସୀ ଏକତା ମଂଚ କଣ୍ଟାମାଳ ଶାଖା ପକ୍ଷରୁ ବିକ୍ଷୋଭ: ପ୍ରଶାସନିକ ତୃଟି ସଂଶୋଧନ ପାଇଁ ସ୍ମାରକପତ୍ର

0

03-07-18-simun1.jpg - 68.64 kB

କଣ୍ଟାମାଳ, ବୌଦ୍ଧ (ବଂଶୀଧର ମାଝୀ/ସିମୁନ୍ ନାଏକ) : ବୌଦ୍ଧ ଜିଲ୍ଲା ଆଦିମ ଅଧିବାସୀ ଏକତା ମଂଚ କଣ୍ଟାମାଳ ବ୍ଲକ ସଂଯୋଜକ ମିନକେତନ ମେହେର ଙ୍କ ନେତୃତ୍ୱରେ ମଙ୍ଗଳବାର ସାମାଜିକ, ଅର୍ଥନୈତିକ, ଜାତିଗତ ଜନଗଣନା ତୃଟିରେ ସଂଶୋଧନ ଦାବିରେ ଏକ ବିକ୍ଷୋଭ ଓ ରାଲି ପ୍ରଦର୍ଶନ କରିଥିଲେ  । ଆଜି କଣ୍ଟାମାଳ ବ୍ଲକ ହାଟପଦା ସ୍ଥିତ ଶୈବପୀଠରୁ ବିଭିନ୍ନ ସ୍ଲୋଗାନ ସହ ଏକ ଶୋଭାଯାତ୍ରାରେ ଆସି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ  ପ୍ରଦର୍ଶନ କରିଥିଲେ । ବିକ୍ଷୋଭ ଶେଷରେ ମଂଚର ଦାବି ସଂପର୍କରେ କଣ୍ଟାମାଳ ଭାରପ୍ରାପ୍ତ ଗୋଷ୍ଠୀ  ଉନ୍ନୟନ ଅଧିକାରୀ ନୀଳକଣ୍ଠ ବେହେରା ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଆଭ୍ୟନ୍ତରୀଣ ତଥା ଅନୁନ୍ନତ ଲମ୍ବସରୀ ଗ୍ରାମ ପଞ୍ଚାୟତର ଗଡଫେସଫେରଡି, ଧଉରାକୁଦ, ଭଦ୍ରାପାଲି, ଟୁରିଦେଉଲ, ଲମ୍ବସରୀ, ଗୁହିରାପାଲି, ପିପଲପାଲି, ସାଂକୋସ, ପିଣ୍ଢାପଦର, ଖମାର, ବଡଝାରମୁଣ୍ଡା, ସେଉଲମୁଣ୍ଡା, ଅରଖପଦର ଆଦି ଗ୍ରାମର ଗରିବ, ଖଟିଖିଆ ଦିନ ମଜୁରୀଆ ତଥା  ନିରିହ ଗ୍ରାମବାସୀଙ୍କ ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡିଏ ନାହିଁ । ଆର୍ଥିକ ସ୍ଥିତି ଦୁର୍ବଳ ହେତୁ ପ୍ରତିବର୍ଷ ଚାଳକୁଡିଆ ଘର ଖଣ୍ଡିକ ମରାମତି କରିବା ସେମାନଙ୍କ ପାଇଁ କାଠିକର ହୋଇଥାଏ । ଗ୍ରାମଂଚଳର ଗରିବ ଦୁସ୍ଥ ଆର୍ଥିକ ଅନଗ୍ରସର ଲୋକଙ୍କ ଆର୍ଥିକ, ସାମାଜିକ ସ୍ତରରେ ଉନ୍ନତି ଆଣିବା ଲକ୍ଷରେ ସରକାର ୨୦୧୧ ମସିହାରେ ସାମାଜିକ, ଅର୍ଥନୈତିକ, ଜାତିଗତ ଜନଗଣନା ସର୍ଭେ କରିଥିଲେ । ସେହି ସମୟରେ ହୋଇଥିବା ସର୍ଭେ ତାଲିକାରେ ଚାଳ କୁଡିଆ ବା କଚ୍ଚା ଘର ଥିବା ଲୋକଙ୍କ ପରବର୍ତ୍ତି ସମୟରେ କିଛି ଅସାଧୁ ଓ କୂଚକ୍ରିଙ୍କ କୂଟଚକ୍ରାନ୍ତ ଯୋଗୁଁ କଚ୍ଚା ଘର ଥିବା ଲୋକମାନଙ୍କ ପକ୍କାଘର ଓ ପକ୍କାଘର ଥିବା ବ୍ୟକ୍ତି ବିଶେଷଙ୍କ କଚ୍ଚାଘର ରେ ପରିବର୍ତ୍ତନ କରାଯାଇଥିଲା । କେବଳ ସେତିକି ନୁହେଁ ପଞ୍ଚାୟତର ୫ ନମ୍ବର ଓ ୩ ନମ୍ବର ଓାର୍ଡ ସେଉଲମୁଣ୍ଡା ଓ ଗୁହିରାପାଲି ଗ୍ରାମର ଚାଳକୁଡିଆ ଘର ଥିବା ଏକାଧିକ ଗରିବ ପରିବାରଙ୍କ ସର୍ଭେ ତାଲିକାରେ ନାମ ନ ଥିବା ଅଭିଯୋଗ ହୋଇଛି । ୨୦୧୧ ସର୍ଭେ ତାଲିକା ରେ ତୃଟି ଯୋଗୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରକୃତ ତଥା ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଥିଲେ । ତୁରନ୍ତ ସାମାଜିକ, ଅର୍ଥନୈତିକ, ଜାତିଗତ ଜନଗଣନା ତାଲିକାରରେ ଥିବା ତୃଟି ସଂଶୋଧନ କରି ପ୍ରକୃତ ତଥା ଯୋଗ୍ୟ ବ୍ୟକ୍ତିଙ୍କୁ ତାଲିକାଭୁକ୍ତ କରା ନଗଲେ ଆଗାମୀ ଦିନରେ ଆନେ୍ଦାଳନକୁ ତୀବ୍ରତର କରାଯିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଥିଲେ । ଆନେ୍ଦାଳନରେ ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ ଏକତା ମଂଚ ବ୍ଲକ ସଭାପତି ମୋହନ ରାଜହଂସ, ଲମ୍ବସରୀ ସଭାପତି ସତ୍ୟବାଦୀ ପ୍ରଧାନ, ଲମ୍ବସରୀ ନାଏବ ସରପଞ୍ଚ ଗୋପବନ୍ଧୁ ପ୍ରଧାନ, ବ୍ଲକ ସହ-ସଂଯୋଜକ ସମ୍ପତି ବାଘ, ରଞ୍ଜନ ମଲ୍ଲିକ , ସଂଗ୍ରାମ ବସ୍ତିଆ, ବଳରାମ ବାଘ, ସମେତ ବିଭିନ୍ନ ଓାର୍ଡ ର ଓାର୍ଡ ମେମ୍ବର ଓ ଗ୍ରାମବାସୀ ସାମିଲ ଥିଲେ । 

 

 

Leave A Reply

Your email address will not be published.