ରାୟଗଡ ଜିଲ୍ଲାରେ ବ୍ୟାପିଥିବା ଡେଙ୍ଗୁ ରୋଗ ଆତଙ୍କ :  ନିରାକରଣ ନିମନ୍ତେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର 

0

03-07-18-rayagada-w.jpg - 75.75 kB

ରାୟଗଡରୁ ସରୋଜ କୁମାର ସାହୁ :  ରାୟଗଡ ଜିଲ୍ଲାରେ ବ୍ୟାପିଥିବା ମାରାତ୍ମକ ଡେଙ୍ଗୁ ରୋଗ ଦିନକୁ ଦିନ ଜଟିଳ ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ଏହାର ନିରାକରଣକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର ଅବହେଳା ଓ ଖାମଖିଆଲି ମନୋଭାବ ଦେଖାଉଥିବା ଅଭିଯୋଗ କରି ରାୟଗଡ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବରଙ୍କୁ ପ୍ରଦାନ କରିଥିଲେ। ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା କହିଛନ୍ତି ଯେ, ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ଏହାର ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଦଳ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି। ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଏହାର ନିରାକରଣ ନିମନ୍ତେ ବିହୀତ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶବର ପ୍ରକାଶ କରିଥିଲେ।

Leave A Reply

Your email address will not be published.