ଓଡିଶା ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ଶାଖା ତରଫର ବନ୍ଧୁ ମିଳନ

0 2

ରାୟଗଡ( ସରୋଜ କୁମାର ସାହୁ) :  ଓଡିଶା ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ଶାଖା ତରଫରୁ ସ୍ଥାନୀୟ ବ୍ରାହ୍ମଣ ସାହୀ ନିକଟସ୍ଥ (ପିଏଚଡି) ପାହାଡ ଉପରେ ଥିବା ବାଲୁଙ୍କେଶ୍ୱର ଶିବ ମନ୍ଦିର ପରିସରରେ  ଓଡିଆ ନବବର୍ଷ ଓ ମହାବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ରାୟଗଡ ଶାଖା ସଭାପତି ସରୋଜ କୁମାର ସାହୁଙ୍କ ନେତୃତ୍ୱରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଉକ୍ତ ବନ୍ଧୁମିଳନ ଅବସରରେ ବରିଷ୍ଠ ସାମ୍ବାଦିକ ନୃସିଂହନାଥ ପାଢୀ ଉପସ୍ଥିତ ରହି ଏହି ଭଳି କାର୍ଯ୍ୟକ୍ରମ ମାନ କରୁଥିବାରୁ ଆସୋସିଏସନର କର୍ମକର୍ତାଙ୍କୁ ସାଧୁବାଦ ଜଣାଇ ସହ କହିଥିଲେ ଯେ, ସାମ୍ବାଦିକ ମାନେ ଏକାଠି ହୋଇ ନିଜର ନ୍ୟାର୍ଯ୍ୟ ଦାବୀ ଗୁଡିକ ଉପରେ ସରକାରଙ୍କ ଠାରେ ସ୍ୱର ଉତୋଳନ କରିବା ଆବଶ୍ୟକ ହୋଇ ପଡିଛି । ଏହି ଅବସରରେ ସଭାପତି ସରୋଜ କୁମାର ସାହୁ କହିଥିଲେ ଯେ, ଆଗାମୀ ଦିନରେ ଆସୋସିଏସନ ତରଫରୁ ରାୟଗଡ ଜିଲ୍ଲାରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ମାନ କରିବାକୁ ଥିବା ସୂଚନା ଦେଇଥିଲେ ।  ଏକତାର ହିଁ ବଳ ବୋଲି ସେ ଗୁରୁତ୍ୱାରୋପ କରିବା ସହ ସମସ୍ତେ ମତ ଭେଦ ନରଖି ଭାଇଚାରା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ରାୟଗଡ ଜିଲ୍ଲାରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ବୟୋଜ୍ୟଷ୍ଠ ସାମ୍ବାଦିକ ନୃସିଂହନାଥ ପାଢୀ, ଦୟାନନ୍ଦ ଖାଡାଙ୍ଗା, ରଂଜନ ରଥ, ସଂଗ୍ରାମ ପଟ୍ଟନାୟକ, କୃଷ୍ନକାନ୍ତ ଜେନା, ମନୋଜ ପାତ୍ର, ଶିବସାଇ ବକ୍ସିପାତ୍ର, ଯୋଗେଶ୍ୱର ଦାଶ, ଭି. ରାମଣା, ଗୌରୀ ପଟ୍ଟନାୟକ, ହରିନାରାୟଣ ଦାଶ, ଶ୍ରୀଧର ଚୌଧୁରୀ, ନିରଂଜନ ପାଳ, ସୃୁତି ମହାନ୍ତି, ଶିବ ଗୌଡ, ବି.କେ. ପଟ୍ଟନାୟକ, ଅମୂଲ୍ୟ ନିଶଙ୍କ, ଦାମୋଦର ରାଓ, ସହଦେବ ସାହୁ, ସନ୍ତୋଷ ପାଣିଗ୍ରାହୀ, ଦୁର୍ଗା ପ୍ରସାଦ ପାଢୀ, ମୃତୁ୍ୟଞ୍ଜୟ ନନ୍ଦ, ସୁଶାନ୍ତ ମିଶ୍ର, ଗୁରିନ୍ଦର ସିଂ, ତୁଶାରକାନ୍ତ ସାହୁ, ଓ ନିତିନ ପ୍ରମୂଖ ଯୋଗ ଦେଇଥିବା ବେଳେ ରାୟଗଡ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ, ଜିଲ୍ଲା ଗ୍ରନ୍ଥାଗାରିକ ଡମ୍ବୁରୁଧର ପଣ୍ଡା, ଜେ କେ କାଗଜ କଳର ବରିଷ୍ଠ  ଲୋକ ସମ୍ପର୍କ ଅଧିକାରୀ ସୁନୀଲ କୁମାର ନାଥ, ହରିହର ଖମାରୀ, ମିଲନ ଲେଙ୍କା, ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ କମ୍ପାନୀର ଲୋକ ସମ୍ପର୍କ ଓ ଯୋଗାଯୋଗ ଅଧିକାରୀ ପିତାମ୍ବର ବେହେରା, ସାମାଜିକ ଦାୟିତ୍ୱବୋଧ ଅଧିକାରୀ ତନ୍ମୟ ମହାନ୍ତି, ଥେରୁବାଲି ଇମ୍ଫା କମ୍ପାନୀର ବରିଷ୍ଠ  ଲୋକ ସମ୍ପର୍କ ଅଧିକାରୀ ଶକ୍ତୀ ପ୍ରସାଦ ପାଣିଗ୍ରାହୀ, ରାୟଗଡର ବରିଷ୍ଠ  ଆଇନଜୀବୀ ପ୍ରଦୀପ କୁମାର ଦାସ, ନବଭାରତ ନିର୍ମାଣ ସେବା ପାର୍ଟିର ଜାତୀୟ ସଭାପତି ବୋମାଲି କାନ୍ତା ରାଓ, ଭାରତୀୟ ଜନତା ପାର୍ଟିର ନଗର ସଭାପତି ଶ୍ୟାମ କୁମାର ଦାଶ, ଭାରତୀୟ ଜନତା ପାର୍ଟିର ଜିଲ୍ଲା ସ୍ଥାୟୀ ନିୟନ୍ତ୍ରିତ ସଦସ୍ୟ ତଥା ଟିକିରି ପ୍ରଭାରୀ ବିଦ୍ୟା ଭୂଷଣ ପଣ୍ଡା ପ୍ରମୂଖ ଯୋଗ ଦେଇ ଓଡିଶା ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଶାଖାର ଏକ ନିଆରା ବନ୍ଧୁମିଳନ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ଏହି ଆସୋସିଏସନର ଉତରତୋର କାମନା କରିଥିଲେ । ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମକୁ ରାୟଗଡ ଶାଖାର ସଂପାଦକ ମନୋଜ କୁମାର ସାହୁ ପରିଚାଳନା କରିଥିବା ବେଳେ ଉପ-ସଭାପତି ଦୀପକ କୁମାର ପଣ୍ଡା, ସହ-ସଂପାଦକ ଶ୍ରୀନିବାସ ବଳିଆର ସିଂ, ଉପଦେଷ୍ଟା  ସାହୁ କୁଲଦୀପ, ସଭ୍ୟ ବୈକୁଣ୍ଠନାଥ ଦୁରିଆ, ସୁବ୍ରତ ପଣ୍ଡା ପ୍ରମୂଖ ଉପସ୍ଥିତ ରହିବା ସହ ପରିଚାଳନାରେ ସହୋଯୋଗ କରିଥିଲେ ।   

 

Leave A Reply

Your email address will not be published.