କୋଭିଡ଼ ପରିଚାଳନା ନେଇ ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା

0 2

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) : ସଂପ୍ରତି କୋଭିଡ଼ ସଂକ୍ରମର ଦୃତ ଗତିରେ ବୃଦ୍ଧି ପାଉଥିବା କାରଣରୁ ଭଦ୍ରକ ଜିଲ୍ଲାର କୋବିଡ଼ ପରିଚାଳନା ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଭଦ୍ରକ ଜିଲ୍ଲା କୋବିଡ଼ ପରିଚାଳନା ଦାୟିତ୍ୱରେ ଥିବା ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢୀ ଭଦ୍ରକ ଜିଲ୍ଲା ଗସ୍ତକରି ଏହାର ସମୀକ୍ଷା କରିଛନ୍ତି । ସାଳନ୍ଦୀ ସଭାଗୃହରେ ଅନୁଷ୍ଠିତ  ସମୀକ୍ଷା ବୈଠକରେ ଶ୍ରୀ ପାଢୀ ଜିଲ୍ଲାରେ କୋବିଡ଼ ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁ କୋବିଡ଼ ସେଣ୍ଟରକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ  ଦେଇଥିଲେ ।ଏହା ବ୍ୟତୀତ ଯେଉଁ ସବୁ ଅଞ୍ଚଳରେ କୋବିଡ଼ ପଜିଟିଭ ଚିହ୍ନଟ ହୋଇଛି, ଯେଉଁ ସବୁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ହୋଇଛି, ସେହି ସବୁ ଅଞ୍ଚଳରେ କଣ୍ଟାକ୍ଟ ଟ୍ରେସିଂ ଓ ଘରକୁ ଘର ବୁଲି ସର୍ଭେ କରିବାକୁ ଶ୍ରୀଯୁକ୍ତ ପାଢୀ ନିଦେ୍ର୍ଧଶ ଦେଇଥିଲେ । କୋବିଡ଼କୁ ମୁକାବିଲା କରିବା କ୍ଷେତ୍ରରେ ସମ୍ମୁଖ ଭାଗର କୋବିଡ଼ ଯୋଦ୍ଧାମାନେ ସଦାସର୍ବଦା ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ ଡ. ଜ୍ଞାନ ଗତକାଲି ସୁଦ୍ଧା କୋବିଡ଼ ଆକ୍ରାନ୍ତଙ୍କ ସବିଶେଷ ବିବରଣୀ ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଥିଲେ । ଗତକାଲି ସୁଦ୍ଧା ଜିଲ୍ଲାରେ ଆଉ ୨୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାଙ୍କୁ ମିଶାଇ ଏବେ ଜିଲ୍ଳାରେ ମୋଟ ୯୬ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକ ବ୍ଲକ ଗେଲପୁର ପଞ୍ଚାୟତ ନାରାୟଣପୁର ଗ୍ରାମର ଜଣେ ଆକ୍ରାନ୍ତ ଭୁବନେଶ୍ୱରର ହାଇଟେକ୍ ମେଡ଼ିକାଲରୁ ଚିହ୍ନଟ ହୋଇଥିବା ବେଳେ ବାସୁଦେବପୁର ବ୍ଳକର ବ୍ରାହ୍ମଣୀଗାଁରୁ ଜଣେ, ଗୁଆଗଡିଆ ପଞ୍ଚାୟତ ଚିରୋଳ ଗ୍ରାମରୁ ଜଣେ, ଭଦ୍ରକ ବ୍ଲକ ବଣିଆ ପଞ୍ଚାୟତର ସାବରଙ୍ଗ ଗ୍ରାମରୁ ୧୫ଜଣ, ଏରେଇଁ କଣ୍ଟାପଡ଼ା ଗ୍ରାମରୁ ଜଣେ, ଚରମ୍ପାରୁ ଜଣେ, ଆରଡ଼ିଛକରୁ ଜଣେ, ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତର ବିଶୋଳ ଗ୍ରାମରୁ ଜଣେ, ବନ୍ତ ବ୍ଳକ ବିଟିପୁର ପଞ୍ଚାୟତର ଗଦାସାହି ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ସମସ୍ତ ଚିହ୍ନଟ ଅଞ୍ଚଳ ଉପରେ ପ୍ରଶାସନିକ ନଜର ରଖାଯିବା ସହିତ ବାହାର ଅଞ୍ଚଳରୁ ଭଦ୍ରକକୁ ଆସୁଥିବା ଲୋକମାନଙ୍କ ଉପରେ ମଧ୍ୟ ନଜର ରଖାଯାଇଥିବା ଜିଲ୍ଲାପାଳ ଡ. ଦାସ ସୂଚନା ଦେଇଥିଲେ । ଜିଲ୍ଲାର ସ୍ୱାସ୍ଥ୍ୟକର୍ମୀ, ଆଶା ଦିଦିମାନେ ଘରକୁ ଘର ବୁଲି ସର୍ଭେ କରୁଛନ୍ତି ବୋଲି ସୂଚନା ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିବା ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଚରଣସିଂ ମୀନା ଜିଲ୍ଳାରେ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରାଯିବା ନେଇ ପୁଲିସ ପକ୍ଷରୁ ବ୍ୟାପକ ଚଢଉ ହେଉଥିବା ସୂଚନା ଦେଇଥିଲେ । ପୁଲିସ ଅଧିକାରୀମାନେ ଭିଡ଼ ଅଞ୍ଚଳ ତଥା ବଡ ବଡ ଦୋକାନ, ମଲ ମାନଙ୍କରେ ଅତର୍କିତ ଚଢଉ କରୁଥିବା ସୂଚନା ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ ପାତ୍ର, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡାକ୍ତର ଶିବାଶିଷ ମହାରଣା ପ୍ରମୁଖ ଯୋଗ ଦେଇଥିଲେ ।  

 

Leave A Reply

Your email address will not be published.