ପଦ୍ମପୁର- ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଟେମରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ନିରୁପା ସିଂ ବିରୁଦ୍ଧରେ ୱାର୍ଡ ସଭ୍ୟମାନେ ଅନାସ୍ଥା ପ୍ରସ୍ତାବ ପାରିତ କରିବା ପାଇଁ ଉପ ଜିଲ୍ଲାପାଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଟେମରୀ ବଜାର ପ୍ରାଗଂଣରେ ନାଏବ ସରପଞ୍ଚ ଶଶି ବନଛୋରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା ।ୱାର୍ଡ ସଭ୍ୟ ମୁନୀ ସୁନା,ପଦ୍ମିନୀ ମିର୍ଦ୍ଧା, ସଂଜୁ ପ୍ରଧାନ, ସସ୍ମିତା ପାଣିଗ୍ରାହୀ,ରାଜକୁମାର ବରିହା, ସବିତା ଘିବେଲା,ଅମୃତଲାଲ ଠାକୁର ଯୋଗଦାନ କରି ସରପଞ୍ଚଙ୍କ କଳା କାରନାମା ବଖାଣି ଥିଲେ ପ୍ରତ୍ୟେକ ମାସ ଦୁଇ ତାରିଖରେ ଗ୍ରାମ ପଞ୍ଚାୟତ ମାସିକ ବୈଠକ ହେବାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା କିନ୍ତୁ ନିୟମିତ ବୈଠକ ହେଉନାହିଁ ।ବେଆଇନ ଭାବରେ ପାଇପ ଯୋଗେ ପାନୀୟ ଜଳ କେତେକ ଘରକୁ ଯୋଗାଇ ଦେଇ ଅର୍ଥ ଆଦାୟ କରୁଛନ୍ତି ତାହା ସରକାରୀ ତହବିଳକୁ ଆସୁନାହିଁ । କେଭିଡ କ୍ବାରେଣ୍ଟାଇନରେ ବହୁତ ସାମଗ୍ରୀ କିଣାଯାଇଥିଲା କିନ୍ତୁ କୌଣସି ସାମଗ୍ରୀ ଅଫିସରେ ନାହିଁ, ନାଏବ ସରପଞ୍ଚ ସାମୟିକ ଭାବରେ ସରପଞ୍ଚ ଦାୟିତ୍ବ ନେଇ ଉନ୍ନୟନ କାମ କରିଥିଲେ କନିଷ୍ଠ ଯନ୍ତ୍ରୀ ବିଳ କରିଥିଲେ ସୁଦ୍ଧା ସରପଞ୍ଚ କଟଙ୍କା ଦେଉନାହାନ୍ତି ୱାର୍ଡ, ସଭ୍ୟମାନେ ମାସିକ ଭତ୍ତା ପାଇ ନାହାନ୍ତି । ସମସ୍ତ ଅନିୟମିତତାକୁ ନେଇ ୱାର୍ଡ ସଭ୍ୟମାନେ କ୍ଷୋଭ ପ୍ରକାଶ କରି ଏପରି ପଦକ୍ଷେପ ନେଇଥିବା ଜଣାଯାଏ ।
Sign in
Sign in
Recover your password.
A password will be e-mailed to you.