ବରଗଡ :- କ୍ରମାଗତ ଭାବରେ ରକ୍ତ ଅଭାବକୁ କିଛିକାଂଶରେ ଦୁର କରିବା ପାଇଁ ବରଗଡର ବାଲ ଗୋପାଳ ଫୁଡ ପ୍ରଡକ୍ଟ ଓ ନିଷ୍ଠା ପରିବାର ର ମିଳିତ ଉଦ୍ୟମ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବାଲ ଗୋପାଳ ଫୁଡ ପ୍ରଡକ୍ଟ ପ୍ରା:ଲିଃ,ଚକରକେନ୍ଦ, ବରଗଡ ଠାରେ ଆୟୋଜନ କରାଯାଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବରେ ବରଗଡ ଚିଫ୍ ସିଏସଓ ରଜନୀକାନ୍ତ ଦାଶ ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଭାବରେ ମୋହନଲାଲ ଅଗ୍ରୱାଲ,ଗିରିଧର ଅଗ୍ରୱାଲ ଯୋଗଦେଇ ଥିଲେ।ଏହି ଶିବିର ରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ସର୍ବମୋଟ ୩୫ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଗିରୀଧର ଅଗ୍ରୱାଲ ଏବଂ ସନ୍ଧ୍ୟା ଅଗ୍ରୱାଲ ଉଭୟେ ନିଜ ଝିଅର ଜନ୍ମ ଦିନ ଅବସରରେ ରକ୍ତଦାନ କରି ଜନ୍ମ ଦିନ ପାଳନ କରିଥିଲେ । ବାଲଗୋପାଳର ଏଚ ଆର ୟଶବନ୍ତ ଏନ୍ ବିଶ୍ବକର୍ମା ଓ ନିଷ୍ଠା ପରିବାର ସଭାପତି ରକ୍ଷପାଳ ସାହୁ,ସଂପାଦକ ଅଶ୍ବିନୀ ତ୍ରିପାଠୀ ,କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁ,ଉପଦେଷ୍ଟା ଉତ୍ତମ ଦାଶଙ୍କ ସମେତ ଅନ୍ଯ ସଦସ୍ଯ ମାନେ ଶିବିର ପରିଚାଳନା କରିଥିଲେ।ସମସ୍ତ ରକ୍ତ ଦାତା ଓ ସହଯୋଗୀ ମାନଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି ନିଷ୍ଠା ପରିବାର ର ସମ୍ପାଦକ ଶ୍ରୀ ଅଶ୍ୱିନୀ ତ୍ରିପାଠୀ ।
Sign in
Sign in
Recover your password.
A password will be e-mailed to you.