ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଡ଼ଃ ହରେକୃଷ୍ଣ ମହତାବ ଫାଉଣ୍ଡେସନର ତତ୍ତ୍ଵାଧାନରେ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ କାଳଜୟୀ ଓଡିଶା ଇତିହାସର ହିନ୍ଦୀ ଅନୁବାଦ ପୁସ୍ତକକୁ ଲୋକାର୍ପଣ ଉତ୍ସବର ଦୂରଦର୍ଶନ ଟିଭିରେ ସିଧା ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଏହି ଲୋକାର୍ପଣ କାର୍ଯ୍ୟକ୍ରମ ନୂଆଦିଲ୍ଲୀ ସ୍ଥିତ ଡ଼ଃ ଆମ୍ବେଦକର ଇଣ୍ଟରନେସନାଲ ସେଣ୍ଟର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ସିଧା ପ୍ରସାରଣ ହୋଇଥିଲା । ଏହି ପୁସ୍ତକକୁ ପ୍ରଫେସର ଶଙ୍କର ଲାଲ ପୁରୋହିତ ଅନୁବାଦ କରିବା ସହିତ ପ୍ରକାଶନ ଦାୟିତ୍ୱରେ ରହିଥିଲେ ଡ଼ଃ ହରେକୃଷ୍ଣ ମହତାବଙ୍କ ପୁତ୍ର ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ।
ଆଜିର ଏହି ଦିବସ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ “ଆଜାଦୀକା ଅମୃତ ଉତ୍ସବ ନାମରେ ନାମିତ କରିଛନ୍ତି । କାରଣ ମହତାବ ଜଣେ ବିଶିଷ୍ଠ ସ୍ବାଧୀନତା ସଂଗ୍ରାମୀ ଭାବରେ ଶହେ ବର୍ଷ ପୂର୍ତ୍ତି କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ , ତାଙ୍କ ବକ୍ତବ୍ୟରେ ଓଡିଶାର ଅତୀତ ଗାଥାକୁ ତଥା ଐତିହ୍ୟର କଳା , ସାହିତ୍ୟ ଓ ସଂସ୍କୃତି ସ୍ମରଣ କରି ଇତିହାସ କେବଳ ଅତୀତର କାହାଣୀ ନୁହେଁ , ଏହା ଭବିଷ୍ୟତର ଆଇନା ବୋଲି କହିଥିଲେ ।
https://www.youtube.com/watch?v=xoDwftWz8eI
ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜର ସମ୍ମିଳନୀ କକ୍ଷଠାରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମର ସିଧା ପ୍ରାସାରଣର ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ଶିକ୍ଷାବିତ ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ସିଧା ପ୍ରସାରଣ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ଠାରେ ଅନୁଷ୍ଠିତ ଏହି ସିଧା ପ୍ରସାରଣ କାର୍ଯ୍ୟକ୍ରମକୁ ଶ୍ରୀ ଶିଶିର କୁମାର ଗୌଡ଼ ଆୟୋଜନ ଓ ସଂଯୋଜନା କରିଥିଲେ।