ବୁଗୁଡା (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଓ ପାଣିକେଶ୍ୱର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପ୍ରିଲ ୭ ତାରିଖ ଠାରୁ ତିନି ଦିନିଆ ସହଯୋଗ ତାଲିମ ଶିବିର ଆରମ୍ଭ ହୋଇଛି। ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ସହଯୋଗ ତାଲିମ ଶିବିରକୁ ଶିକ୍ଷାବିତ ଅନିଲ କୁମାର ମହାରଣା ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଏସଏମସି ଅଧ୍ୟକ୍ଷ ପାଣ୍ଡବ ପ୍ରଧାନ ଓ ଅବସର ପ୍ରାପ୍ତ ଶିକ୍ଷକ ବଂଶୀଧର ରାଉତ ଯୋଗଦେଇଥିଲେ। ଶିକ୍ଷକ ଗୋପାଳ ଚନ୍ଦ୍ର ନାୟକ, କେଶବ ଡାକୁଆ, ଓ ଖଦାଳ ରାଉତ ଏବଂ ଶିକ୍ଷୟିତ୍ରୀ ସସ୍ମିତା ବେହେରା ଉପସ୍ଥିତ ପରିଚାଳନା କମିଟି ସଦସ୍ୟ ଓ ସଦସ୍ୟା ବୃନ୍ଦଙ୍କୁ ବିଦ୍ୟାଳୟ ପରିଚାଳନା ଉପରେ ଆଧାରିତ ସହଯୋଗ ତାଲିମ ପ୍ରଦାନ ପାଇଁ ନିୟୋଜିତ ହୋଇଛନ୍ତି। ଏପ୍ରିଲ ୭,୮ ଓ ୯ ତାରିଖ ତିନିଦିନ ଧରି ତାଲିମ କାର୍ଯ୍ୟକ୍ରମ ଚାଲୁ ରହିବ। ସେହିପରି ପାଣିକେଶ୍ୱରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ଯ ସହଯୋଗ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଠାରେ ମଧ୍ୟ ଏପ୍ରିଲ ୭, ୮ ଓ ୯ ତାରିଖ ତିନିଦିନ ଧରି ପରିଚାଳନା କମିଟି ସଦସ୍ୟ ଓ ସଦସ୍ୟା ମାନଙ୍କୁ ତାଲିମ ପ୍ରଦାନ କରାଯିବ। ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ କୁମୁଦ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଅତିଥିଭାବେ ଏସଏମସି ଅଧ୍ୟକ୍ଷ ବୁଲୁ ସ୍ଵାଇଁ ଓ ଉପାଧ୍ୟକ୍ଷା ଟୁନି ସ୍ଵାଇଁ ଅତିଥି ଭାବେ ଯୋଗଦେଇଥିଲେ। ଶିକ୍ଷକ ବସନ୍ତ କୁମାର ନାୟକ ଓ ପ୍ରକାଶ ଚନ୍ଦ୍ର ପ୍ରଧାନ ଉପସ୍ଥିତ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ମାନଙ୍କୁ ତାଲିମ ପ୍ରଦାନ ପାଇଁ ନିୟୋଜିତ ହୋଇଛନ୍ତି । ଉଭୟ ବିଦ୍ୟାଳୟରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post